ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋଡିଙ୍ଗାମାଳି ଖଣି ବିସ୍ତାର ପରିକଳ୍ପନାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ -ଦୀର୍ଘସ୍ଥାୟୀ ଖଣି ଖନନ ଓ ନ୍ୟାୟସଂଗତ ଜନ ଶୁଣାଣି ପାଇଁ ଦାବି

ଟିକିରି, 30/04/2026, ଉତ୍କଳ voice news - utkalvoicenews.com(ପ୍ରଫୁଲ୍ଲ କୁମାର ବେହେରା)
Article Image
ରାଜ୍ୟରେ ବକ୍ସାଇଟ୍‌ ଖଣି ଖନନକୁ ନେଇ ଚାଲୁଥିବା ବିବାଦ ଥମୀନଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ପ୍ରସ୍ତାବିତ କୋଡିଙ୍ଗାମାଳି ବକ୍ସାଇଟ୍‌ ଖଣିର କ୍ଷମତା ୩ ମିଲିୟନ୍ ଟନ୍ ପ୍ରତି ବର୍ଷ (ଏମ୍‌ଟିପିଏ)ରୁ ୬ ଏମ୍‌ଟିପିଏକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ଏବେ ବୃହତ୍ ଜନ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ଗ୍ରାମବାସୀ, ଲୋକପ୍ରତିନିଧି ତଥା ବୁଦ୍ଧିଜୀବୀ ଓ କୋଡିଙ୍ଗାମାଳି ଅଞ୍ଚଳିକ ବିକାଶ ପରିଷଦ ଏବଂ କୋଡିଙ୍ଗାମାଳି ସୁରକ୍ଷା ମଞ୍ଚର ସଦସ୍ୟମାନେ ଏହି ବିସ୍ତାର ପ୍ରସ୍ତାବକୁ ଦୃଢ଼ ଭାବେ ବିରୋଧ କରିଛନ୍ତି। ସେମାନଙ୍କ ମତରେ ଅନିୟନ୍ତ୍ରିତ ଖଣି ଖନନ ଅଞ୍ଚଳର ଦୀର୍ଘସ୍ଥାୟୀ ଆର୍ଥିକ ଭବିଷ୍ୟତକୁ ସଙ୍କଟରେ ପକାଇବ। ତେଣୁ ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାକୁ ଅଞ୍ଚଳରେ ଦାବି ହୋଇଛି। ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା ପରିଚାଳିତ କୋଡିଙ୍ଗାମାଳି ଖଣିରେ ବର୍ତ୍ତମାନ ପ୍ରାୟ ୫୦ ମିଲିୟନ୍ ଟନ୍ ବକ୍ସାଇଟ୍‌ ମହଜୁତ ଅଛି। ସମ୍ପ୍ରତି ଓଏମସି ପ୍ରାୟ ୩.୬ ଏମ୍‌ଟିପିଏ ବକ୍ସାଇଟ୍ ଖନନ କରୁଛି, ଏଥିମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ବେଦାନ୍ତ କମ୍ପାନୀ, ଲାଞ୍ଜିଗଡ଼ ରିଫାଇନେରୀକୁ ଯୋଗାଣ ହେଉଛି। କିନ୍ତୁ ସ୍ଥାନୀୟ ଗ୍ରାମବାସୀ ଏହାକୁ ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ଉକ୍ତ ଖଣିରୁ ବାର୍ଷିକ ବକ୍ସାଇଟ୍ ଉତ୍ତୋଳନ କ୍ଷମତା ଦ୍ୱିଗୁଣ ହେବା ଦ୍ୱାରା ଖଣିରେ କଞ୍ଚାମାଲ ଦ୍ରୁତ ଗତିରେ ହ୍ରାସ ପାଇଛି। ଏବଂ ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ଖଣି ସମ୍ପୂର୍ଣ୍ଣ ଭାବେ ସରିଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ ଦ୍ୱାରା ରାୟଗଡ଼ା ଜିଲ୍ଲାର କଂସାରୀଗୁଡାରେ ପ୍ରସ୍ତାବିତ ୮,୦୦୦ କୋଟି ଟଙ୍କା ବ୍ୟୟରେ ଆଦିତ୍ୟ ଆଲୁମିନା ରିଫାଇନେରୀକୁ କିଭଳି ଭାବେ କଞ୍ଚାମାଲ ଯୋଗାଣ ହେବ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଓଏମସି ତଥା ରାଜ୍ୟ ସରକାର ଏହି କମ୍ପାନୀ ସହ କୋଡିଙ୍ଗାମାଳି ଖଣିରୁ ୧୫ ବର୍ଷ ପାଇଁ ବକ୍ସାଇଟ୍‌ ଯୋଗାଣ ଚୁକ୍ତି ସ୍ୱାକ୍ଷର କରିସାରିଛନ୍ତି । ଏବଂ ଆସନ୍ତା ଦୁଇ ବର୍ଷ ମଧ୍ୟରେ ରିଫାଇନେରୀ କାର୍ଯ୍ୟାରମ୍ଭ ହେବା ଆଶା କରାଯାଉଛି। ତେବେ ବର୍ତ୍ତମାନ ସ୍ଥିତିରେ ଖଣି ଖନନ କ୍ଷମତାକୁ ଦ୍ୱିଗୁଣିତ ଅର୍ଥାତ୍ ୬ ଏମ୍‌ଟିପିଏ କରାଗଲେ, ଆଦିତ୍ୟ ଆଲୁମିନା ପାଇଁ କଣ ରହିବ? ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରଶ୍ନ କରିଛନ୍ତି। “ଏଭଳି ବୃହତ୍ ପ୍ରକଳ୍ପ ପାଇଁ ଦଶକ ଧରି ନିରନ୍ତର କଞ୍ଚାମାଲ ଆବଶ୍ୟକ ଥିବାବେଳେ ଅନାଶୟ ଖଣି ଖନନ ଯୋଗୁଁ ଏହାର ଆଦିତ୍ୟ ରିଫାଇନେରୀର ଦୀର୍ଘମିୟାଦୀ ସ୍ଥାୟୀତ୍ୱ ପାଇଁ ବିରାଟ ପ୍ରଶ୍ନରେ ସୃଷ୍ଟି ହୋଇଛି। ଅନ୍ୟପଟେ ଗ୍ରାମବାସୀମାନେ ଖଣି ବିସ୍ତାର ସମ୍ପର୍କିତ ଜନଶୁଣାଣିକୁ ଯାହା ଆସନ୍ତା ମାସ ମେ ୧୬ ରିଖରେ କୋଡିଙ୍ଗାମାଳି ପରିବର୍ତ୍ତେ ରାୟଗଡ଼ାରେ କରିବା ନିଷ୍ପତ୍ତିକୁ ନେଇ ସଂଶୟ ଓ ପ୍ରଶ୍ନ କରିଛନ୍ତି। “ପ୍ରଭାବିତ ଅଞ୍ଚଳରୁ ଜନଶୁଣାଣିକୁ କାହିଁକି ସ୍ଥାନାନ୍ତର କରାଯାଉଛି ? କାହାର ସ୍ୱାର୍ଥରେ ଏହା କରାଯାଇଛି?” ବୋଲି ଅଞ୍ଚଳ ବାସୀ ପ୍ରଶ୍ନ କରିବା ସହିତ ଏହି ଜନ ଶୁଣାଣି ସମ୍ପୂର୍ଣ୍ଣ ପାରଦର୍ଶିତା ଓ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣ ଦାବି କରିଛନ୍ତି। ସ୍ଥାନୀୟ ଲୋକେ ଆଦିତ୍ୟ ଆଲୁମିନା ଦ୍ଵାରା ଅଞ୍ଚଳରେ କରାଯାଉଥିବା ଉନ୍ନୟନମୂଳକ ପ୍ରୟାସକୁ ମଧ୍ୟ ଉଲ୍ଲେଖ କରିଛନ୍ତି। ସେମାନଙ୍କ କହିବା ଅନୁସାରେ, କମ୍ପାନୀ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ସ୍ଥାନୀୟ ଯୁବକଙ୍କୁ ପ୍ରଶିକ୍ଷଣ ଦେଇଛି, ୧,୦୦୦ରୁ ଅଧିକ ଲୋକଙ୍କୁ ଚାକିରି ସୁଯୋଗ ଦେଇଛି ଓ ୧୪୦ କୋଟି ଟଙ୍କାର ବସ୍ତ୍ର ପ୍ରକଳ୍ପ ଶୁଭାରମ୍ଭ କରିଛି। ଏହାର ପାଞ୍ଚ-ସ୍ତମ୍ଭୀୟ ସିଏସଆର୍ ମଡେଲ୍‌ ମାଧ୍ୟମରେ କୋଡିଙ୍ଗାମାଳି ଓ ପାର୍ଶ୍ୱସ୍ଥ ଗ୍ରାମର ୧୮,୦୦୦ରୁ ଅଧିକ ଲୋକଙ୍କୁ ଲାଭାନ୍ୱିତ କରାଯାଇଛି । ଯାହା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଜୀବିକା ଓ ସମୁଦାୟ ଢାଞ୍ଚାରେ ଉଲ୍ଲେଖନୀୟ ତଥା ଆଖିଦୃଶିଆ ଉନ୍ନତି ଆଣିଛି। “ଆମ ପାଇଁ ଖଣି ଖନନ କେବଳ ଆର୍ଥିକ କାର୍ଯ୍ୟକଳାପ ନୁହେଁ; ଏହା ଆମର ଜୀବନ, ମର୍ଯ୍ୟାଦା ଓ ଭବିଷ୍ୟତ ସହ ଜଡିତ,” ବୋଲି ସ୍ଥାନୀୟ ଲୋକ ପ୍ରତିନିଧିମାନେ କହିଛନ୍ତି। କୋଡିଙ୍ଗାମାଳିରେ ଦାୟିତ୍ୱପୂର୍ଣ୍ଣ ଭାବେ ଖନନ ହେବା ଆବଶ୍ୟକ, ଯାହା ଆଗାମୀ ପିଢ଼ୀ ପର୍ଯ୍ୟନ୍ତ ଚାକିରି, ଉନ୍ନତି ଓ ସମୃଦ୍ଧି ନିଶ୍ଚିତ କରିବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।
11