ଏରସମା, 30/04/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)

ଗତ ୨୬ ତାରିଖରେ ଶିଆଳି ରେ ଉନ୍ମୋଚନ ହେବାକୁ ଥିବା ସ୍ବର୍ଗତ ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଦୁଇଦିନ ପୂର୍ବରୁ ଜଙ୍ଗଲ ବିଭାଗ ଭାଙ୍ଗିବା ପ୍ରସଙ୍ଗକୁ ନେଇ ସମଗ୍ର ଓଡ଼ିଶା ରାଜନୀତିରେ ସବୁ ମହଲରେ ନିନ୍ଦା କରାଯାଇଥିବା ବେଳେ ବାଲିକୁଦା ର ଯୁବ ନେତା ସଞ୍ଜୀବ ବିଶ୍ଵାଳ ଏ ପ୍ରସଙ୍ଗ ନେଇ ନିଜର ପ୍ରତିକ୍ରିୟା ରଖିବା ସହିତ ନିନ୍ଦା କରିଛନ୍ତି। ଏବଂ କହିଛନ୍ତି ସ୍ବର୍ଗତ ରାଉତ ହେଉଛନ୍ତି ଏରସମା ର ମଉଡମଣି । ଏରସମା ପାଇଁ ସେ ଯାହା କରିଯାଇଛନ୍ତି ଏରସମା ବାସି କେବେବି ଭୁଲିବେ ନାହିଁ।୧୯୯୯ ମହାବାତ୍ୟା ରେ ଯେତେବେଳେ ଏରସମା ଅଞ୍ଚଳ ଯୋଉ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ପୁନ ଉଧାର କରିଥିଲେ ଡକ୍ଟର ଦାମୋଦର ରାଉତ।ସେ ହେଉଛନ୍ତି "ଏରସମା ଶ୍ରୀ"।ତେଣୁ ତାଙ୍କର ମୂର୍ତ୍ତିକୁ ଯୋଉ ଭଳି ଭାବରେ ଜଙ୍ଗଲ ବିଭାଗ ଭାଙ୍ଗୁଛି, ତାହା ଅତି ନିନ୍ଦନୀୟ କଥା। ଏହା ଖାଲି ଏରସମା ପାଇଁ ନୁହଁ ସମଗ୍ର ଓଡ଼ିଶା ରାଜନୀତି ପାଇଁ ଏକ ପ୍ରକାର ଲଜ୍ଜ୍ୟା ଜନକ କଥା।ତେଣୁ ଏହାର ସଠିକ ତର୍ଜମା ହେଉ , ସତ୍ୟ ତା ସାମ୍ନାକୁ ଆସିବା ଦରକାର। ଯେଉଁ କୁଚକ୍ରି ଗୋଷ୍ଟି ଏହି କାମ କରିଛନ୍ତି ତାଙ୍କୁ ଶାସ୍ତି ମିଳିବା ଦରକାର।କାହିଁକି ନା ଡକ୍ଟର ଦାମୋଦର ରାଉତ ସେ କୋଉ ରାଜନୀତି ରେ ନାହାନ୍ତି, ସ୍ୱର୍ଗପ୍ରାପ୍ତି ହେଲେଣି।ସେ ଏରସମାର ପୁଅ ଥିଲେ।ତେଣୁ ତାଙ୍କ ପ୍ରତିମୂର୍ତ୍ତି କୁ ନେଇ ରାଜନୀତି କରିବା ଆଦୌ ଠିକ୍ ନୁହେଁ।ଏହା କହିବା ସହିତ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି ଏହାର ସଠିକ୍ ବିଚାର କରନ୍ତୁ।
