ଗଞ୍ଜାମ, 30/04/2026, ଉତ୍କଳ voice news - utkalvoicenews.comହିଞ୍ଜିଳିକାଟୁ ୩୦/୦୪/୨୬ ;

ହିଞ୍ଜିଳିକାଟୁ ବ୍ଳକର ଅଧୂକାଂଶ ଗ୍ରାମ ପଞ୍ଚାୟତ ଅଧିନରେ ଯଥେଷ୍ଟ ପରିମାଣରେ ସରକାରୀ ଗୃହ ରହିଛି ।କିନ୍ତୁ ସେସବୁର ବ୍ୟବହାର ନହୋଇ ଅଧିକାଂଶ ସ୍ଥାନରେ କବାଟ ବନ୍ଦ ସହ ତାଲା ଝୂଲିବା ବେଳେ କେବଳ ରଙ୍ଗ ଦେଇ ଚକାଚକ୍ କରି ରଖାଯାଇଛି । ଅନ୍ୟ ପଟରୁ ସରକାରଙ୍କ ପକ୍ଷରୁ ଲୋକଙ୍କ ସେବା ଯୋଗାଇ ଦିଆଯିବ ଲାଗି ଗ୍ରାମପଞ୍ଚାୟତରେ ସେବା ସମବାୟ ସମିତି ଓ ଗ୍ରାମୀଣ ଶାଖା ଡାକ ଘର କାର୍ଯ୍ୟାଳୟର ନିଜସ୍ୱ ସ୍ଥାୟୀ କାର୍ଯ୍ଯାଳୟ ଅଭାବ ରହିଛି । ତେଣୁ ସ୍ଥାୟୀ ଗୃହ ନଥାଇ ମଧ୍ୟ ଭଡାଗୃହରେ ଲୋକଙ୍କ ସେବା ଚାଲିଛି । ତେବେ ରାଜନୈତିକ ଦଳର ନେତାଙ୍କ ଆନ୍ତରିକତା ଅଭାବରୁ ଏହି ସମସ୍ୟା ଉପରେ କେହି ଗୁରୁତ୍ବ ନଦେବା ଫଳରେ ଏପ୍ରକାର ଅବସ୍ଥାରେ ପହଞ୍ଚିଥିବା ଗ୍ରାମବାସୀଙ୍କ ଠାରୁ ଶୁଣିବାରେ ମିଳୁଛି । କିନ୍ତୁ କିଛି ପ୍ରଶାସନିକ ଅଧୂକାରୀମାନେ ସରକାରଙ୍କ ପକ୍ଷରୁ ହୋଇଥିବା ନିର୍ଦ୍ଦେଶକୁ ଗୁରୁତ୍ବ ଦେବା ବେଳେ ଅନେକ ସ୍ଥାନରେ ଅବହେଳା ହୋଇଥିବା ନଜରରେ ଆସିଛି । ଯାହା ଫଳରେ ରାଜନେତାଙ୍କ ଛତ୍ରଛାୟା ତଳେ ରହି ସରକାରୀ କୋଠାକୁ ଅକ୍ତିଆର ପରେ ଜବରଦଖଲକାରୀଙ୍କ କବଜାରେ ରହିବା ଦ୍ବାରା ସରକାରଙ୍କ ଭୁସମ୍ପତ୍ତି ବିପଦରେ ରହିଛି ।ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡା ପଞ୍ଚାୟତର ପୋଡଙ୍ଗୀ ଗ୍ରାମରେ ସରକାରଙ୍କ ଭୂସମ୍ପତ୍ତି ବେସରକାରୀ ଲୋକଙ୍କ ଦଖଲରେ ରହିଥିଲା ।କିନ୍ତୁ ଗ୍ରାମବାସୀଙ୍କ ସହଯୋଗରେ ସମାଜସେବୀ ଶିବା ପାତ୍ର ପ୍ରଥମେ ଅଭିଯୋଗ ଏବଂ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ପରେ ପ୍ରଶାସନିକ ଅଧିକାରୀମାନେ ଉକ୍ତ ଜବରଦଖଲକାରୀଙ୍କ କବଳରୁ ସରକାରଙ୍କ ଭୂସମ୍ପତ୍ତି ମୁକ୍ତ କରି ସିଲ କରାଯାଇଛି । ଅନ୍ୟ ପଟରୁ କେନ୍ଦ୍ର ସରକାରଙ୍କ ଡାକ କାର୍ଯ୍ଯାଳୟ ବିଭାଗର ପତ୍ର ସଂଖ୍ୟା ESP /୨୧-୧/୨୫ ତାରିଖ୧୦/୦୬/୨୫ ଓ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା PR -PADM -MEET- ୦୦୦୪/୨୫, ୧୪୭୦୫ତାରିଖ୬/୦୬/୨୦୨୫ ପ୍ରକାରେ ସ୍ଥାୟୀ ଗୃହ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏହି ନିର୍ଦ୍ଦେଶ ପ୍ରକାରେ ହିଞ୍ଜିଳିକାଟୁ ବ୍ଳକରେ ସ୍ଥାୟୀ କାର୍ଯ୍ଯାଳୟ ଗୃହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ହୋଇପାରିବ । ତେଣୁ ବେନିୟମ ଭାବେ ଅକ୍ତିଆରରେ ରଖିଥିବା ସରକାରଙ୍କ ଭୂସମ୍ପତ୍ତିକୁ ସଠିକ ମାର୍ଗରେ ଶାଖା ଡାକଘର କାର୍ଯ୍ଯାଳୟ କିମ୍ବା ସେବା ସମବାୟୁ ସମିତିର ସ୍ଥାୟୀ କାର୍ଯ୍ଯାଳୟ ହୋଇପାରିଲେ ଗ୍ରାମବାସୀମାନେ ଉପକୃତ ହୋଇପାରିବେ ବୋଲି ହିଞ୍ଜିଳିକାଟୁ ଭଏସ୍ ଆଫ ମିଡିଆ ସଂଘର ସଦସ୍ୟ ତଥା ଗୋପବନ୍ଧୁ ସାମ୍ବାଦିକ ସଂଘର ସଭାପତି ରଂଜିତ କୁମାର ପୋଲାଇ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଅନ୍ୟ ପଟରୁ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ସିଲ କରାଯାଇଥିବା ସରକାରୀ ଘରଟି ମହିଳାସମିତି ଗୃହ ଭାବେ ବ୍ଯବହାରରେ ଆସିବ ବୋଲି ପୋଡଙ୍ଗୀ ଗ୍ରାମବାସୀଙ୍କ ମନରେ ଆଶା ଓ ବିଶ୍ୱାସ ବାନ୍ଧିଥିଲେ ସାଧାରଣରେ ମତ ପ୍ରକାଶ ପାଇଛି।
