ଜଗତସିଂହପୁର, 01/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)

ଜଗତସିଂହପୁର:୦୧/୦୫: ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ଇଉନିୟନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର।ଓଡିଶା ସାମ୍ବାଦିକ ଇଉନିୟନ ସହ ଅନୁବନ୍ଧିତ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ଇଉନିୟନର ସଭାପତି ରମାକାନ୍ତ ଦାଶଙ୍କ ନେତୃତ୍ୱରେ ଆଜି ଜଗତସିଂହପୁର ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ ପିନ୍ଧି ପ୍ରତୀକ ଧର୍ମଘଟ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରତାରଣା ଯୋଗୁଁ ଏହି ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟରତ ସାମ୍ବାଦିକମାନଙ୍କ ମୌଳିକ ଅଧିକାର ମୁଖ୍ୟତଃ ପେନସନ, ପ୍ରୋଟେକ୍ସନ ଏବଂ ଆକରିଡ଼ିସନ ଆଦି ଦାବିରେ ସାରା ରାଜ୍ୟରେ ଆଜି ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପେକ୍ଷିରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ଧାରଣା ଦିଆଯାଇଛି । ପ୍ରଥମେ ଗତକାଲି ସଡକ ଦୁର୍ଘଟଣାରେ ଓୟୁଜେର ବରିଷ୍ଠ ସାମ୍ବାଦିକ ତଥା କେନ୍ଦୁଝର ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି କ୍ଷେତ୍ରବାସୀ ମହାକୁଡ଼ଙ୍କ ପରଲୋକରେ ଶୋକବ୍ୟକ୍ତ କରାଯାଇ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ସାଂଗଠନିକ ସମ୍ପାଦକ ଶୁଭଙ୍କର ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୈଷ୍ଣବ ଚରଣ ରାଉଳ, ରାମଚନ୍ଦ୍ର ସ୍ବାଇଁ ,ସାଧାରଣ ସମ୍ପାଦକ ସୁବ୍ରତ ନାୟକ, କୋଷାଧ୍ୟକ୍ଷ ପ୍ରତାପ କୁମାର ସିଂହ, ଗୌରାଙ୍ଗ ଚରଣ ସ୍ବାଇଁ , ପ୍ରଦୀପ୍ତ ନାୟକ ,ତାପସ ଦାସ ,କମଳାକାନ୍ତ ବାରିକ,ବିଶ୍ୱରଂଜନ ବିଶ୍ୱାଳ, ମନୋଜ ନାୟକ,ଅଭିମନ୍ୟୁ ସାହୁ , ଅକ୍ଷୟ କୁମାର ଦାସ,ଉମାକାନ୍ତ ପାତ୍ର,ଶ୍ରୀକାନ୍ତ ଦାସ, ଅଶୋକ ରାୟ ,ଅଭୟ ସାହୁ ,ମଳୟ ପାଣି,ଅମ୍ବିକାପ୍ରସାଦ ମହାପାତ୍ର ,ପବିତ୍ର ବେହେରା, ସୌଭାଗ୍ୟ ସ୍ବାଇଁ,ଭଗବତ ପ୍ରସାଦ ,ଶିବଦତ୍ତ ମହାପାତ୍ର,ନୃସିଂହ ମଲ୍ଲିକ,ବରିଷ୍ଠ କାର୍ଯ୍ୟକର୍ତା ଏବଂ ବ୍ଲକକାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ସରକାରଙ୍କୁ ଚେତାବନୀ ଦେବା ସହିତ ଖୁବଶୀଘ୍ର ଏହି ଦାବି ଗୁଡିକ ପୁରଣ କରିବା ପାଇଁ ବକ୍ତବ୍ୟ ରଖିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ଦାବି ସମ୍ବଳିତ ଦାବିପତ୍ର ପ୍ରେରଣ କରାଯାଇଛି।


