ଏରସମା, 01/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
ଜଗତସିଂହପୁର:୦୧/୦୫: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ସାମ୍ବାଦିକ ସଂଘ୍ ପକ୍ଷରୁ ସଭାପତି ଚନ୍ଦ୍ରଜୀତ ଦାସଙ୍କ ନେତୃତ୍ୱରେ ଆଜି ଏରସମା ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନେ ଏରସମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଜ ପିନ୍ଧି ପ୍ରତୀକ ଧର୍ମଘଟ କରିଥିଲେ। ରାଜ୍ୟ ସରକାରଙ୍କ ପ୍ରତାରଣା ଯୋଗୁଁ ଏହି ପ୍ରତିବାଦ ସମାବେଶ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟରତ ସାମ୍ବାଦିକମାନଙ୍କ ମୌଳିକ ଅଧିକାର ମୁଖ୍ୟତଃ ପେନସନ, ପ୍ରୋଟେକ୍ସନ ଏବଂ ଆକରିଡ଼ିସନ ଆଦି ଦାବିରେ ସାରା ରାଜ୍ୟରେ ଆଜି ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ପରିପେକ୍ଷିରେ ଏରସମା ବ୍ଲକ ସାମ୍ବାଦିକ ସଂଘ୍ ପକ୍ଷରୁ ଧାରଣା ଦିଆଯାଇଛି । ।ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତୃପି ରଞ୍ଜନ ମହାନ୍ତି,ତନ୍ମୟ ସେଠି, ନୃସିଂହ ମଲ୍ଲିକ,ଯଯାତି କେଶରୀ ସାମନ୍ତରାୟ,ଉତ୍ତମ ଜେନା,କାର୍ତ୍ତିକ ବେହେରା ମାନେ ଯୋଗଦେଇ ସରକାରଙ୍କୁ ଚେତାବନୀ ଦେବା ସହିତ ଖୁବଶୀଘ୍ର ଏହି ଦାବି ଗୁଡିକ ପୁରଣ କରିବା ପାଇଁ ବକ୍ତବ୍ୟ ରଖିଥିଲେ।