ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଲିତୁଠ କଦମ୍ବ ମଠରେ ବିଜେପିର ପ୍ରଥମ ବୈଠକ

ଏରସମା, 09/02/2025, ଉତ୍କଳ voice news - utkalvoicenews.com ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ କଦମ୍ବ ମଠ ପରିସରରେ ବିଜେପି ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିତୁଠ ମଣ୍ଡଳ ସଭାପତି ବିକ୍ରମ ଜିତ ସାମନ୍ତରାୟ ମଣ୍ଡଳ ସଭାପତି ଦାୟିତ୍ୱ ନେବାପରେ ପ୍ରଥମ କରି ସାତ ପଞ୍ଚାୟତର ପଞ୍ଚାୟତ ପ୍ରମୁଖ ଓ ଦଳୀୟ କର୍ମୀମାନଙ୍କୁ ନେଇ ଏକ ବୈଠକ ବାଲିତୁଠ ପଞ୍ଚାୟତ କଦମ୍ବ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଉଦେଶ୍ୟ ସରକାରଙ୍କର ବିଭିନ୍ନ ଆଭିମୁଖ୍ୟ ଜନସାଧାରଣ ମାନଙ୍କ ନିକଟରେ ପହଞ୍ଚେଇବା ସହିତ ପଞ୍ଚାୟତ ନିର୍ବାଚନରେ ଦଳୀୟ ପାର୍ଥୀ ମାନଙ୍କୁ ବିଜୟ କରାଇବା।ନିରଞ୍ଜନ ପରିଡାଙ୍କ ସଭାପତିତ୍ବ କରିଥିବାବେଳେ ଅମୀୟ ରାଉତ ସ୍ୱାଗତ ଅଭି ଭାଷଣ ଦେଇ ଥିଲେ । ନିତ୍ୟାନନ୍ଦ ସ୍ୱାଇଁ, ଅମେରେନ୍ଦ୍ର ମହାପାତ୍ର, ଜୋତିପ୍ରକାଶ ମହାନ୍ତି,ଶିବ ବେହେରା,ରଞ୍ଜନ ଦାସ, ସରୋଜ ଦାସ, ଆଶୁତୋଷ ପଳେଇ,ଦିଲ୍ଲୀପ ବଦ୍ଧନଙ୍କ ସମେତ ସାତ ପଞ୍ଚାୟତର ଦଳୀୟ କର୍ମୀମାନେ ଏହି ବୈଠକରେ ଯୋଗଦେଇଥିଲେ।
Article Image
1