ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଆବାସ ଯୋଜନା ଘର ବାଣ୍ଟିବାରେ ପକ୍ଷପାତିତା କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା l

ପୁରୀ , 01/05/2026, ଉତ୍କଳ voice news - utkalvoicenews.com
Article Image
ଜିଲ୍ଲା ମହିଳା କଂଗ୍ରେସ ଉପସଭାପତି ସସ୍ମିତା ସ୍ୱାଇଁଙ୍କ କହିବାନୁସାରେ ପଞ୍ଚାୟତ ର କିଛି ହିତାଧିକାରୀଙ୍କର ଆବାସ ଯୋଜନାରେ ଘର ପାଇବାକୁ ନେଇ ଘୋର ପକ୍ଷପାତିତା ହୋଇଛି ବୋଲି ମୁଁ ସଦର ବ୍ଲକ ମୁକ୍ଷକାର୍ଯ୍ୟନିର୍ବାହୀ ଅଧିକାରୀ (BDO) ଙ୍କୁ ଅଭିଯୋଗ କରିଥିଲି ସେ ତତ୍ପରତା ର ସହ ମୋ ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ଦେବାପାଇଁ ସେ ଅଞ୍ଚଳ ରେ କାର୍ଯ୍ୟରତ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ହେଲେ ବିଡମ୍ବନା ର ବିଷୟ ସେ ତଦନ୍ତ ତଦନ୍ତ ରେ ରହିଗଲା ନିରାଶ୍ରୟା ମା ମାନଙ୍କ ଆଖିରୁ ସେମିତି ଲୁହ ଝରିଲା l ମୁଁ ଓ ପୂର୍ବତନ ବ୍ଲକ ସଭାପତି ଅବିନାଶ ମିଶ୍ର ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ଶେଷରେ ନିରାଶ ହୋଇ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିଲୁ ସେଠି କୌଣସି ସୁଫଳ ନମିଳିବାରୁ ଗତ 24.4.2026 ରିଖରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲୁ ଉପଜିଲ୍ଲାପାଳ ଙ୍କ ଅନୁରୋଧ କ୍ରମେ ତିନିଦିନ ସମୟ ନେଇ ଧାରଣା ସ୍ଥଗିତ ରଖିଥିଲୁ ହେଲେ ସେଥିରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ l ଏଣୁ ପୁନର୍ବାର ଗତକାଲି ତା 30.4.2026 ଠାରୁ ପୁନର୍ବାର ଧାରଣା ଆରମ୍ଭ କଲୁ ଏବଂ ଯେତେ ଦିନ ପର୍ଯ୍ୟନ୍ତ ଏ ଗରିବ ଖଟିଖିଆ ଙ୍କ ପାଇଁ ଉପଯୁକ୍ତ ପ୍ରତିଶୃତି ଲିଖିତ ନମିଳିଛି ସେତେ ଦିନ ପର୍ଯ୍ୟନ୍ତ ଏ ଲଢେଇ ଚାଲୁ ରହିବ l
7