ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଜୀଙ୍କର 105 ତମ ଜନ୍ମବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ, 01/05/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ତା 1. 5 . 26 ରିଖ ଢେଙ୍କାନାଳ ସ୍ଥିତ ଅଦୃତା ଶିଶୁ ସଦନ ପରିସରରେ ଆନନ୍ଦମାର୍ଗର ପ୍ରାଣପ୍ରତିଷ୍ଠାତା ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଜୀଙ୍କର 105 ତମ ଜନ୍ମବାର୍ଷିକ ଅତି ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି। ଏହି ଜନ୍ମଉତ୍ସବରେ ଢେଙ୍କାନାଳ ଆନନ୍ଦମାର୍ଗ ପରିବାରର ସମସ୍ତ ଭାଇ ଭଉଣୀ ଓ ଅଦୃତା ଶିଶୁ ସଦନର ଅନ୍ତେବାସୀ ମାନେ ଅଂଶ ଗ୍ରହଣ କରିଥିଲେ। ମାର୍ଗ ଗୁରୁଦେଙ୍କୁ ପ୍ରଭାତ ସଂଗୀତ, କୀର୍ତ୍ତନ ଓ ସାଧନା ମାଧ୍ୟମରେ ଭକ୍ତବୃନ୍ଦ ଭକ୍ତିର ନୈବେଦ୍ୟ ଅର୍ପଣ କରିଥିଲେ। ବାବା ଆନନ୍ଦମୂର୍ତ୍ତିଜୀଙ୍କର ପୈତୃକ ବାସସ୍ଥାନ ପଶ୍ଚିମବଙ୍ଗର ବର୍ଦ୍ଦମାନ ଜିଲ୍ଲା ଅନ୍ତର୍ଗତ ବ୍ରାହ୍ମଣୀପଡ଼ା ଗ୍ରାମରେ ଅବସ୍ଥିତ ଥିଲା। ତାଙ୍କର ପିତା ରେଳୱେ ବିଭାଗରେ କର୍ମନିଯୁକ୍ତି ଥିଲେ। ତେଣୁ ପିତା ଲଷ୍ମୀନାରାଣ ସରକାର ଓ ମାତା ଆଭାରଣୀ ସରକାର ବିହାରର ମୁଙ୍ଗେର ଜିଲ୍ଲା ଅନ୍ତର୍ଗତ ଜମାଲପୁର ରେଳୱେ କୋଲନିରେ ବାସ କରୁଥିଲେ। 1921 ମସିହା ବୁଦ୍ଧପୁର୍ଣିମା ତଥା ବାଶାଖୀ ପୁର୍ଣିମାର ଶୁଭ ଅବସରରେ ମେ ମାସ 21 ତାରିଖ ସକାଳ 6 ଘ. 7 ମିନିଟ ସମୟରେ ଦେବଶିଶୁ ଜନ୍ମ ଗ୍ରହଣ କରିଥିଲେ। ଜନ୍ମସମୟରେ ସେ ଅଲୌକିକ ପ୍ରତିଭା ସମ୍ପନ୍ନ ଥିଲେ। ବାଲ୍ୟବସ୍ଥାରେ ତାଙ୍କର ନାମ ଅରୁଣ ଥିଲା। ସମୟକ୍ରମେ ପରିଣତ ବୟସରେ ତାଙ୍କର ନାମ ପ୍ରଭାତ ରଞ୍ଜନ ସରକାର ନାମରେ ନାମିତ ହୋଇଥିଲା। ଏହି ପ୍ରଭାତ ରଞ୍ଜନ ସରକାର ଅଲୌକିକ ପ୍ରତିଭାର ଅଧିକାରୀ ରୂପେ ସମଗ୍ର ବିଶ୍ୱରେ ଧର୍ମଗୁରୁ ଶ୍ରୀ ଶ୍ରୀ ଆନନ୍ଦମୂର୍ତ୍ତିଜୀ ନାମରେ ଖ୍ୟାତ ହେଲେ। ସେ 1955 ମସିହାରେ ଜମାଲପୁରରେ ଆନନ୍ଦମାର୍ଗ ପ୍ରଚାରକ ସଙ୍ଘ ପ୍ରତିଷ୍ଠା କରିଥିଲେ। ସେହି ପ୍ରତିଷ୍ଠିତ ସଂଘର ବିନ୍ୟାସ, ବିସ୍ତୃତି ଓ କର୍ମଯଜ୍ଞ ଆଜି ସାରା ବିଶ୍ୱରେ ପରିବ୍ୟାପ୍ତ।ସେ ଥିଲେ ଜଣେ ପରମ ଶ୍ରଦ୍ଧେୟ ଧର୍ମ ଗୁରୁ ଓ ବିଶ୍ୱ ପ୍ରତିଷ୍ଠାନ ଆନନ୍ଦମାର୍ଗର ସଂସ୍ଥାପକ ଓ ପରିଚାଳକ। ସେ 5018 ଟି ପ୍ରଭାତ ସଂଗୀତ ବିଭିନ୍ନ ଭାବ, ଭାଷା, ସ୍ୱର ଛନ୍ଦରେ ରଚନା କରିଥିଲେ। ସେ ମହାନ ଦାର୍ଶନିକ, ପ୍ରାଜ୍ଞ ଶିକ୍ଷାବିଦ, ସୁସାହିତ୍ୟିକ, ଅଭିଜ୍ଞ ଭାଷାବିଦ, ବିଶିଷ୍ଟ ଇତିହାସ ବେତା, ପ୍ରଖ୍ୟାତ ଅର୍ଥବିଦ ଓ ନବ୍ୟ ମାନବତାର ମହାନ ଉଦଗାତା ଥିଲେ।ମାନବ ସମାଜ ଓ ଜୀବଜଗତ ପ୍ରତି ତାଙ୍କର ଦାନ ଅତୁଳନୀୟ।
Article Image
ସେହି ସଦଗୁରୁଙ୍କର ପୂଣ୍ୟ ଜନ୍ମତିଥିରେ ସମସ୍ତ ମାର୍ଗୀ ତଥା ଅଦୃତା ଅନ୍ତେବାସୀଙ୍କ ସହଯୋଗ କ୍ରମେ ପ୍ରସାଦ ସେବନ ଓ ଜଳସେବା ବିତରଣ କରାଯାଇଥିଲା।ବିଶେଷ କରି ଏହି କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ପରିଡା, ବିଷ୍ଣୁ ପ୍ରସାଦ କର, ହେମନ୍ତ ସେଠୀ, ରାମେଶ୍ୱର ମାଈତି, ପ୍ରତିମା ମାଈତି,ସୀତା, ଉମାକାନ୍ତ ପରିଡା, ସୁଶାନ୍ତ ପାତ୍ର, ସୁଶାନ୍ତ ପଟ୍ଟନାୟକ,ଦଶରଥ, ସୁରଜ, ବିଶାଳ, ଲିପୁନ, ସିପୁନ, ସୋନୁ ଓ ଅରୁଣ ଆଦି ଏହି କାର୍ଯ୍ୟଟିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।
5