ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୁଖ୍ୟମନ୍ତ୍ରୀ ଙ୍କ ସହିତ କେନ୍ଦ୍ରୀୟ କୃଷି, କୃଷକ କଲ୍ୟାଣ ଓ ଗ୍ରାମୀଣ ବିକାଶ ମନ୍ତ୍ରୀ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ ।

ରାୟଗଡ଼ା, 02/05/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
ଆଜି ରାୟଗଡା ଜିଲ୍ଲା ଗସ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ସ୍ବୀକୃତିପତ୍ର ହସ୍ତାନ୍ତର କରାଯାଇଛି । ସମାରୋହରେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ କେନ୍ଦ୍ରୀୟ କୃଷି, କୃଷକ କଲ୍ୟାଣ ଓ ଗ୍ରାମୀଣ ବିକାଶ ମନ୍ତ୍ରୀଶିବରାଜ ସିଂହ ଚୌହାନ, ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଜାମିନ ସୋଡ଼ଙ୍ଗି ଗ୍ରାମୀଣ ସଡ଼କ ଯୋଜନାର ସଚିବ ଯୋଗଦେଇ କାର୍ଯ୍ୟକ୍ରମରେ ୮୨୭ଟି ନୂତନ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ସ୍ବୀକୃତି ପତ୍ର ହସ୍ତାନ୍ତର କରାଯାଇଛି । ରାୟଗଡା ଜିଲ୍ଲାରେ ମୋଟ ୨୭୪ଟି ରାସ୍ତା ନିର୍ମାଣ ହେବ । ଏଥିପାଇଁ ୫୬୨. ୧୦ କୋଟି ଟଙ୍କା ବ୍ୟୟ ହେବ । ଏହି ସଡ଼କ ଯୋଗୁଁ ଜିଲ୍ଲାର ୩୧୪ଟି ଯାନବସିତକୁ ଯୋଗାଯୋଗ ହୋଇ ପାରିବ ବୋଲି ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାରେ ନୂତନ ଭାବରେ ୫୫୨. ୨୧ କିମି ନୂତନ ରାସ୍ତା ନିର୍ମାଣ ହେବ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଚତୁର୍ଥ ପ୍ରଯ୍ୟପ୍ତରେ ରାୟଗଡା ଜିଲ୍ଲାରେ ଓଡ଼ିଶାର ସର୍ବାଧିକ ପ୍ରକଳ୍ପ ରହିଛି । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଙ୍କ ନେତୃତରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ସଫଲ ହୋଇଥିଲା
Article Image
Article Image
Article Image
6