ଏରସମା, 02/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଏରସମା ଥାନା କେସ୍ ନଂ ୧୪୨,ଧାରା: ୧୨୬(୨)/୧୧୫(୨)/୨୯୬/୭୪/୭୬/୩୫୧(୩)/୧୦୯(୧) ବି.ଏନ.ଏସ (BNS)।ଅଭିଯୋଗକାରିଣୀ ରିନାରାଣୀ ସେଠୀ (୪୭), ସ୍ୱାମୀ- ଫକିର ମୋହନ ସେଠୀ,ଗ୍ରାମ- କନାଗୁଳି,ଥାନା-
ଏରସମା,ଜିଲ୍ଲା-ଜଗତସିଂହପୁର।ଏରସମା ଥାନାରେ ଏକ ଲିଖିତ ରିପୋର୍ଟ ପ୍ରଦାନ କରି ଜଣାଇଛନ୍ତି ଯେ,ତାରିଖ ୨୦.୦୪.୨୦୨୬ ସନ୍ଧ୍ୟା ୭ଟା ସମୟରେ ଅଭିଯୁକ୍ତ ସୁଶାନ୍ତ ସାମଲ (ପିତା- ସ୍ୱର୍ଗତ ଜୟ ସାମଲ) ହଠାତ ତାଙ୍କ ସ୍ୱାମୀଙ୍କ ପାଖକୁ ଆସି ନିଜ କାମରେ ମନ ଦେବାକୁ କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯେତେବେଳେ ତାଙ୍କ ସ୍ୱାମୀ ଏହାର ପ୍ରତିବାଦ କଲେ, ଅଭିଯୁକ୍ତ ସୁଶାନ୍ତ ସାମଲ ଉତ୍ତ୍ୟକ୍ତ ହୋଇ ତାଙ୍କ ଛାତିକୁ ଏକ ଶକ୍ତ ବିଧା ମାରିଥିଲେ।ଫଳରେ ତାଙ୍କ ସ୍ୱାମୀ ତଳେ ପଡିଯାଇଥିଲେ ଏବଂ ସେହି ସମୟରେ ଅଭିଯୁକ୍ତ ତାଙ୍କ ସ୍ୱାମୀଙ୍କୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ତାଙ୍କର ମର୍ମସ୍ଥଳକୁ ଗୋଇଠା ମାରିଥିଲେ।ପାଟିତୁଣ୍ଡ ଶୁଣି ଯେତେବେଳେ ସେ (ଅଭିଯୋଗକାରିଣୀ) ଏବଂ ତାଙ୍କ ଶାଶୁ ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆସିଲେ,ଅଭିଯୁକ୍ତ ସୁଶାନ୍ତ ସାମଲ ସେମାନଙ୍କୁ ମଧ୍ୟ ଗାଳିଗୁଲଜ ଓ ମାଡ଼ ମାରିଥିଲେ। ସେ ତାଙ୍କର ଶାଢ଼ୀ ଟାଣି ଅସଦାଚରଣ କରିବା ସହ ତାଙ୍କ ଉପରକୁ ଏବଂ ତାଙ୍କ ଶାଶୁଙ୍କ ଉପରକୁ ଗରମ ପାଣି ଫିଙ୍ଗିଥିଲେ ଏବଂ ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲେ। ଏହା ଫଳରେ ସେ ଏବଂ ତାଙ୍କ ଶାଶୁ ଗୁରୁତର ଭାବେ ପୋଡ଼ି ଯାଇ ଆହତ ହୋଇଛନ୍ତି। ଏରସମା ପୋଲିସ ତୁରନ୍ତ ପଦକ୍ଷେପ ନେଇ ତାରିଖ ୦୧.୦୫.୨୦୨୬ ରେ ଅଭିଯୁକ୍ତ ସୁଶାନ୍ତ ସାମଲ କୁ ବି.ଏନ.ଏସ. ର ଉପରୋକ୍ତ ଧାରା ଅନୁଯାୟୀ ଗିରଫ କରି ମାନ୍ୟବର କୋର୍ଟଙ୍କୁ ପଠାଇଛନ୍ତି।