ଏରସମା, 02/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଭାରତ ସରକାରଙ୍କୁ ବାଲିକୁଦା ଏରସମା ବିଧାନସଭା ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗତସିଂହପୁରର ନୂଆଗାଁ କୁ ଏନ୍ ଏଚ୍ ୫୫ ପକଳ୍ପକୁ ଅନୁମୋଦନ କରିଛନ୍ତି।ଭାୟା,ଓମ୍ପି କଟକ,କିନ୍ତୁ କ୍ଷେତ୍ରରେ ଦେଖାଯାଉଛି ,ଯେ ଯଦି ଉକ୍ତ ଏନ୍ ଏଚ୍ ପକଳ୍ପ କୁ ପାରାଦୀପ ପର୍ଯ୍ୟନ୍ତ ବିସ୍ତାର କରାଯାଏ।ଯାହା ଦ୍ୱାରା ବାଲିକୁଦା-ଏରସମା ବିଧାନସଭା ମଣ୍ଡଳୀ ଏବଂ ଜଗତସିଂହପୁର ଜିଲ୍ଲାର ସ୍ଥାନୀୟ ବାସିନ୍ଦା ସ୍ଥାନୀୟ ମାର୍କେଟିଂ ପାଇଁ ପାରାଦୀପ ରୁ ସମ୍ବଲପୁର କୁ ଯିବା ପାଇଁ ଉପକୃତ ସାଧାରଣ ଜନତା ହେବେ।ନୂଆଗାଁ ର ଲୋକମାନେ ଏବଂ ନିକଟସ୍ଥ ଗ୍ରାମବାସୀମାନେ ନିୟମିତ ଭାବରେ ନୂଆଗାଁ ରୁ ପାରାଦୀପ କୁ ଏନ୍ ଏଚ୍ ୫୫ ପକଳ୍ପର ସଂପ୍ରସାରଣ ପାଇଁ ନୂଆଗାଁ ର ବାସିନ୍ଦା ମାନେ ମାନ୍ୟବର ବିଧାୟକଙ୍କୁ ଦାବି କରିଛନ୍ତି।ଯେ ହେତୁ ଉକ୍ତ ପକଳ୍ପଟି ଭାରତ ସରକାରଙ୍କ ଏକ ପକଳ୍ପ ତେଣୁ ଏହା ଉକ୍ତ ଏନ୍ ଏଚ୍ ପକଳ୍ପର ସଂପ୍ରସାରଣ ପାଇଁ କିଛି ପ୍ରତିବନ୍ଧକ ହେଇପାରେ।ଏହା ସହିତ ନୂଆଗାଁ ରୁ ପାରାଦୀପ କୁ ଯାଉଥିବା ଆ ର ଡି ରାସ୍ତା ଏବଂ ଜଳ ସେଚନ ବିଭାଗ ରାସ୍ତା ମଧ୍ୟ ଅଛି, ଯାହା ଭଲ ଅବସ୍ଥାରେ ନାହିଁ।ଏବଂ ଭାରି ବେଝେଇ ଯାନ ଚଳାଚଳ ପାଇଁ ଅନୁମତି ପ୍ରାପ୍ତ।ତେଣୁ ସ୍ଥାନୀୟ ବ୍ୟବସାୟୀ ମାନେ ନୂଆଗାଁ ରୁ ପାରାଦୀପ କୁ କଙ୍କଡା ଉଠେଇ ବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ସେଥିପାଇଁ ଏରସମା ଏବଂ ଜଗତସିଂହପୁର ଜିଲ୍ଲାର ସ୍ଥାନୀୟ ବାସିନ୍ଦା କୁ ଉତ୍ତମ ଯୋଗା ଯୋଗ ସୁବିଧା ଯୋଗାଇଦେବା ପାଇଁ ନୂଆଗାଁ ରୁ ପାରାଦୀପ ପଯ୍ୟନ୍ତ ରାସ୍ତାର ତୁରନ୍ତ ଉନ୍ନତି କରଣ ଆବଶ୍ୟକ।ତେଣୁ ନୂଆଗାଁ ରୁ ପାରାଦୀପ ପର୍ଯ୍ୟନ୍ତ ରାସ୍ତାର ଶିଘ୍ର ଉନ୍ନତି କରଣ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ବାଲିକୁଦା-ଏରସମା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସନ୍ନ ଜେନା ପୂର୍ତ୍ତ ବିଭାଗର ସଚିବକୁ ଚିଠି ଦ୍ୱାରା ଲିଖିତ ଅଭିଯୋଗ କରିଛନ୍ତି।ଯାହା ଦ୍ୱାରା ନୂଆଗାଁ ପଞ୍ଚାୟତ ରୁ ସମ୍ବଲପୁର ଗମନାଗମନ ପାଇଁ ସୁବିଧା ହେବ।