ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗ ତାଲୁକ୍ ଆଇନ ସେବା ପ୍ରାଧିକରଣ ତରଫରୁ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳନ l

କୁଜଙ୍ଗ , 02/05/2026, ଉତ୍କଳ voice news - utkalvoicenews.com( କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। )
Article Image
ତା: ୦୧.୦୫.୨୦୨୬ ରିଖ:
Article Image
କୁଜଙ୍ଗ ତାଳୁକ୍ ଆଇନ ସେବା ପ୍ରାଧିକରଣ ତରଫରୁ କୁଜଙ୍ଗ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଆର୍ନ୍ତଜାତୀୟ ଶ୍ରମିକ ଦିବସ ପାଳନ କରାଯାଇଛି l ଲିଗାଲ ବ୍ରିଟେନର ଶ୍ରୀଯୁକ୍ତ ନୃସିଂହ ଚରଣ ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ମାନ୍ୟବର ଶ୍ରୀଯୁକ୍ତ ଦିପ୍ତି ପ୍ରକାଶ ବ୍ରହ୍ମା, ସମ୍ମାନିତ ଅତିଥି ଭାବେ ସବ୍ ଜଜ୍ ଶ୍ରୀଯୁକ୍ତ ଅବକାଶ ଚୌଧୁରୀ, ମୁନସଫ୍ ଶ୍ରୀମତୀ ବର୍ଷା ଦାଶ ଓ କୁଜଙ୍ଗ ଓକିଲ ସଙ୍ଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ଶ୍ରମିକ ମାନଙ୍କ ପାଇଁ ଥିବା ଆଇନ ଓ ସେମାନଙ୍କ ସୁରକ୍ଷା ସମ୍ପର୍କ ରେ ବିଶଦ ଭାବେ ଆଲୋଚନା କରିଥିଲେ l ବରିଷ୍ଟ ଆଇନଜୀବୀ ତଥା ଶ୍ରମିକ ନେତା ଶ୍ରୀଯୁକ୍ତ ଅମୃତ ଦାସ ଶ୍ରମିକ ମାନଙ୍କ ପାଇଁ ଥିବା ସାମ୍ବିଧାନିକ ଓ ଶ୍ରମ ଆଇନ ସଂପର୍କରେ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସତ୍ୟାନନ୍ଦ ବିଶ୍ବାଳ, କୈଳାଶ ଚନ୍ଦ୍ର ପରିଡା, ରମେଶ ଚନ୍ଦ୍ର ଦାସ, ଅନ୍ତର୍ଯ୍ୟାମୀ ନାରାୟଣ ଦାସ ଯାଦବ, ପ୍ରଣୟ କୁମାର ପରିଜା ପ୍ରମୁଖ ଶ୍ରମିକ ମାନଙ୍କ ସ୍ବାର୍ଥ ଓ ଆଇନ୍ ସମ୍ପର୍କ ରେ ଆଲୋକ ପାତ୍ କରିଥିଲେ l ନମିତା ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥଲେ l
Article Image
5