ଗଞ୍ଜାମ, 02/05/2026, ଉତ୍କଳ voice news - utkalvoicenews.comବ୍ରହ୍ମପୁର,୦୧/୦୫

ଭଏସ୍ ଅଫ୍ ମିଡ଼ିଆ ଓଡିଶା ଶାଖାର ରାଜ୍ୟ ସଭାପତି ଶ୍ରୀ ଡ଼. ପ୍ରଭାତ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ସ୍ଥିତ ଇଞ୍ଜିନିୟରିଙ୍ଗ୍ ସ୍କୁଲ ଛକ ନିକଟରେ ଥିବା ରାଜସ୍ୱ ନିରୀକ୍ଷଣ ବଙ୍ଗଳା ସଭା କକ୍ଷରେ ଭଏସ୍ ଅଫ୍ ମିଡ଼ିଆର ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ ବୈଠକ ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରୁଣ କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଳକ୍ ରୁ ଗଣମାଧ୍ୟମ ପ୍ରତିନିଧି ତଥା ଭଏସ୍ ଅଫ୍ ମିଡିଆର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ରାମପ୍ରସାଦ ସାମଲ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ଦୀପ ପ୍ରଜ୍ବଳନ କରିଥିଲେ । ପରେ ସାଂଗଠନିକ ବୈଠକର ମୁଖ୍ୟ ଉଦ୍ଦେଶ୍ୟ କଣ ରହିଥିଲା ତାହା ଉପରେ ରାଜ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଗୌଡ଼ ଗୁରୁତ୍ୱାରୋପ ରଖିଥିଲେ । ବିଭିନ୍ନ ବିଭିନ୍ନ ବ୍ଲକ୍ ପ୍ରତିନିଧି କରୁଥିବା ସଦସ୍ୟ ମାନେ ନିଜ ନିଜର ପରିଚିତ ସହିତ ନିଜ ନିଜ ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ଶ୍ରୀ ଦିଲ୍ଲୀପ ରଞ୍ଜନ କୋଠିଆ ଓ ଶ୍ରୀ ପ୍ରିୟବ୍ରତ ପଣ୍ଡା,ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ସୁଦର୍ଶନ ପରିଡା ଉପସ୍ଥିତ ଥିବା ବେଳେ ଜିଲ୍ଲା ସମ୍ପାଦକ ଶ୍ରୀ ରଘୁନାଥ ଆଚାର୍ଯ୍ୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।