ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବେଆଇନ୍ ଅର୍ଥ ଆଦାୟ ଓ ମିଥ୍ୟା ଖବର ପ୍ରସାରଣ ବିରୋଧରେ ଗ୍ରାମବାସୀ ଏସ୍‌ପିଙ୍କ ଦ୍ବାରସୁ

ଢେଙ୍କାନାଳ, 02/05/2026, ଉତ୍କଳ voice news - utkalvoicenews.com*( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*
Article Image
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମବାସୀଙ୍କୁ ପ୍ରଲୋଭିତ କରି ବେଆଇନ ଅର୍ଥ ଆଦାୟ ଏବଂ ମିଥ୍ୟା ଖବର ପ୍ରସାରଣ ମାଧ୍ୟମରେ ଗ୍ରାମର ହାନୀ ଘଟୁଥିବା କାରଣରୁ ଗ୍ରାମବାସୀ କିଛି ଯୁବକଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଲିଖିତ ଅଭିଯୋଗ ଜଣାଇଛନ୍ତି । ପ୍ରକାଶ ଯେ, ଅଙ୍କରାନ୍ତିପୁର ଗ୍ରାମର ଉମାକାନ୍ତ ଜେନା , ବିକି ଜେନା ଓ ଢେଙ୍କାନାଳର ଜଣେ ସାମ୍ବାଦିକ ଏକତ୍ରିତ ହୋଇ ଦୀର୍ଘ ଦିନ ହେବ ଗ୍ରାମରେ ଅଶାନ୍ତି ସୃଷ୍ଟି କରିବା ସହ ଲୋକଙ୍କୁ ଠକିବାରେ ଲିପ୍ତ ରହିଛନ୍ତି । ବିଶେଷ କରି ଆଜକୁ ପ୍ରାୟ ୬୦ ବର୍ଷ ପୂର୍ବେ ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତା ନନ୍ଦିନୀ ଶତପଥୀ ତପଥୀଙ୍କ ଦ୍ବାରା ପ୍ରଦତ ଜମିବାଡି ବିଷୟରେ ଗ୍ରାମବାସୀଙ୍କୁ ବିଭିନ୍ନ ଉପାୟରେ ଉସୁକାଇ ସେମାନେ ମାନସିକ ଚାପ ସୃଷ୍ଟି କରୁଛନ୍ତି । ଉକ୍ତ ବ୍ଯକ୍ତିମାନେ ପ୍ରତ୍ୟେକ ଜମି ପିଛା ୫୦ ହଜାର ଟଙ୍କା ଦାବି କରୁଛନ୍ତି ଏବଂ ନଦେଲେ ସମ୍ବାଦପତ୍ରରେ ମିଥ୍ୟା ତଥ୍ୟ ପ୍ରକା ପ୍ରକାଶ କରି ଗ୍ରାମର ସମ୍ମାନ ହାନୀ କରିବା ପାଇଁ ଖୋଲାଖୋଲି ଧମକ ଦେଉଛନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହି ଘଟଣାର ଗୁରୁତ୍ବକୁ ଉପଲବ୍ଧି କରି ତୁରନ୍ତ ତଦନ୍ତ କରିବା ସହିତ ଏଭଳି ଅସାମାଜି ଅସାମାଜିକ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମରେ ଶାନ୍ତି ପ୍ରତିଷ୍ଠ ପ୍ରତିଷ୍ଠା କରିବାକୁ ଶତାଧିକ ଗ୍ରାମବାସୀମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
11