ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମାଟ୍ରିକ ପରୀକ୍ଷା ରେ ଟପ୍ପର ହେଲେ ଏକ ଗରିବ ଶ୍ରେଣୀର ପିଲା।

ଏରସମା, 02/05/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ଚରଣ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ସଦ୍ୟ ପ୍ରକାଶ ପାଇଛି ।ଏହି ଅବସରରେ ଏରସମା ବ୍ଲକ୍ ରୁ 6 ଜଣ କୃତି ଶିକ୍ଷାର୍ଥୀ A1 ଗ୍ରେଡ଼ ସହ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଗ୍ରାମେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ, ପଞ୍ଚପଲ୍ଲୀର ମେଧାବୀ ଛାତ୍ର ଶ୍ରୀମାନ ପ୍ରିୟ ରଞ୍ଜନ ଦାସ ନିଜ ବିଦ୍ୟାଳୟ ତଥା ବାଲିଆକଣି କ୍ଲଷ୍ଟରରେ ସର୍ବୋଚ୍ଚ 541 ନମ୍ୱର୍ ରଖି ଅଞ୍ଚଳବାସୀଙ୍କ ପାଇଁ ଗୌରବ ପାଲଟିଛନ୍ତି । ମେଧାବୀ ପ୍ରିୟରଞ୍ଜନଙ୍କ ଘର ଜାନକାଦେଇପୁର ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ଗ୍ରାମ ଅଟେ ।ତାଙ୍କ ବାପା ଜଣେ ଦାରିଦ୍ର୍ୟ ସୀମାରେଖା ଅନ୍ତର୍ଭୁକ୍ତ ସାଧାରଣ ବ୍ୟବସାୟୀ ହୋଇଥିବା ସ୍ଥଳେ ମା ' ଜଣେ ଗୃହିଣୀ ଅଟନ୍ତି । ନିଜ ପୁଅର ଏପରି ସଫଳତାର ଖୁସୀରେ ସପରିବାର ଅତ୍ୟନ୍ତ ପ୍ରଫୁଲ୍ଲିତ ଥିବାସ୍ଥଳେ ଫଳାଫଳର ସମସ୍ତ ଶ୍ରେୟ ତାଙ୍କ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ମହାନ୍ତି ଙ୍କୁ ଅର୍ପଣ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଛାତ୍ର ପ୍ରିୟରଞ୍ଜନ ନିଜ ସଫଳତାରେ ବେଶ୍ ଖୁସିଥିବା ସହ ସମସ୍ତ ଶ୍ରେୟ ତାଙ୍କ ବିଦ୍ୟାଳୟ ର ଶିକ୍ଷକ ସନ୍ତୋଷ ସାର୍ ଙ୍କୁ ପ୍ରଦାନ କରିବା ସହ ଭବିଷ୍ୟତରେ ଜଣେ ସିଭିଲ୍ ଇଞ୍ଜିନିୟର୍ ହୋଇ ଦେଶମାତୃକାର ସେବା କରିବାର ଲକ୍ଷ୍ୟ ରଖିଛନ୍ତି । ଅତ୍ୟନ୍ତ ଗରିବ ମେଧାବୀ ଛାତ୍ର ହିସାବରେ ପ୍ରିୟ ରଞ୍ଜନଙ୍କ ସଫଳତା ପାଇଁ ବିଭିନ୍ନଆଡୁ ଶୁଭେଚ୍ଛା ଓ ଅଭିନନ୍ଦନ ର ସୁଅ ଛୁଟିଛି ।
Article Image
Article Image
9