ନବରଙ୍ଗପୁର, 03/05/2026, ଉତ୍କଳ voice news - utkalvoicenews.com*( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
(୩-୫-୨୬)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଇନ୍ଦ୍ରାବତୀ ହାଇସ୍କୁଲ ରେ ୨୦୦୫ ମସିହାରେ ପଢୁଥିବା ପିଲାମାନେ ଆଜି ସମ୍ମିଳିତ ଭାବରେ ସେହି ବିଦ୍ୟାଳୟରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ। ସେହି ଉତ୍ସବ ରେ ବାହାରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ବନ୍ଧୁ ମିଳନ ଉତ୍ସବ ଯୋଗଦାନ।କରି କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଶେଷ କରିଥିଲେ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସର୍ବେଶ୍ଵର ବେହେରା ତତସହ ଅନ୍ୟ ଦୁଇ ଶିକ୍ଷକ ଉପସ୍ଥିତ ରହିଥିଲେ । ସେହି ତିନିଜଣ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେବାସହ ତାଙ୍କ ଆଗାମୀ ପିଢ଼ିଙ୍କ ଉଜ୍ଜଳ ଭବିଷ୍ୟତ କାମନା ନିମନ୍ତେ ସତମାର୍ଗ ଦର୍ଶାଇଥିଲେ ।