ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବି : ତମନ୍ନା

ଏରସମା, 03/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଦୃଢ଼ ଇଚ୍ଛାଶକ୍ତି,ପ୍ରଚଣ୍ଡ ଆତ୍ମବିଶ୍ବାସ, ଓ କଠିନ ପରିଶ୍ରମ ହିଁ ସବୁ ସଫଳତାର ମୂଳମନ୍ତ୍ର।ଆଉ ଏହି ତିନୋଟି ମନ୍ତ୍ରଙ୍କୁ ପାଥେୟ କରି ଏହି ସଫଳତା ପାଇଛି ବୋଲି ୯୦ ପ୍ରତିଶତ ନମ୍ବର ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ତମନ୍ନା ଦାସ କହିଛନ୍ତି। ସରକାରୀ ହାଇସ୍କୁଲ ଏରସମାରେ ପାଠ ପଢୁଥିବା ମେଧାବୀ ଛାତ୍ରୀ ତମନ୍ନା ଦାସ ୬୦୦ରୁ ୫୪୦ ନମ୍ବର ରଖିଛନ୍ତି। ତାଙ୍କୁ ବିଭିନ୍ନ ଆଡୁ ପ୍ରଶଂସାର ସୁଅ ଛୁଟିଛି। ବାଲେଶ୍ୱର ଜିଲ୍ଲା ଜିବନ ଜୀତ୍ ଦାସ ଓ ସ୍ମିତା ଦାସଙ୍କ ଝିଅ ହେଉଛନ୍ତି ତମନ୍ନା ପରୀକ୍ଷା ପାଇଁ ଦିନକୁ ସାତରୁ ଆଠ ଘଣ୍ଟା ପରିଶ୍ରମ କରୁଥିଲେ ବୋଲି କହିଛନ୍ତି। ଏହି ଶ୍ରେୟ ସେ ଭଗବାନ,ନିଜ ବାପା, ମା, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଗୁରୁଜନ ମାନଙ୍କୁ ଦେଇଛନ୍ତି। ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାକୁ ସେ ଲକ୍ଷ ରଖିଛନ୍ତି।
8