ରାୟଗଡ଼ା, 03/05/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
ରାୟଗଡ଼ା ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଆଜି ବଜରଙ୍ଗ ଦଳ ଓ ଦେବାଳୟ ସମିତି, ଶ୍ରୀ ରାମ ମନ୍ଦିରଙ୍କ ମିଳିତ ଉଦ୍ୟମରେ ଗୋଟିଏ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୋଟ ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା, ଯାହା ଆବଶ୍ୟକତାର୍ଥୀ ରୋଗୀମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହେବ।ରାୟଗଡ଼ା ରକ୍ତ ଭଣ୍ଡାରର ଡ଼କ୍ଟର ଗୌତମ ପଟ୍ଟନାୟକଙ୍କ ନେତୃତ୍ୱରେ କର୍ମଚାରୀ ଶଙ୍କର ତାଡିଙ୍ଗି, ବୁର୍ଷା ହିମିରିକା ଓ ବି. କିଶୋର କୁମାର ରକ୍ତ ସଂଗ୍ରହ କାର୍ଯ୍ୟରେ ସକ୍ରିୟ ଭାବେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜେ.କେ କାଗଜ କଳର E.V.P ଶ୍ରୀ ବିନୟ ଦିବେଦି, ଶ୍ରୀ କମଳ କୁମାର ସିଂହ, ଶ୍ରୀ ପ୍ରକାଶ କୁମାର ସିଂହ, ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ଉପ-ସଭାପତି ପ୍ରଫୁଲ ପାତ୍ର, ଜିଲ୍ଲା ଉପ-ସଭାପତି ଆନନ୍ଦ ରାଓ, ବଜରଙ୍ଗ ଦଳ ବିଭାଗ ସଂଯୋଜକ E. ଶକ୍ତିଧରଣ, ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା, ନଗର ସହ-ସଂଯୋଜକ ବି. ରାଜେଶ, ମାନସ ରଞ୍ଜନ ଦାସ ସହ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।ଏହି ମାନବସେବାମୂଳକ ପ୍ରୟାସକୁ ସ୍ଥାନୀୟ ଲୋକମାନେ ବହୁ ପ୍ରଶଂସା କରିଛନ୍ତି।