ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଥମ ଥର ପାଇଁ କୁଜଙ୍ଗ ବଳରାମପୁର ପଡ଼ିଆରେ ବାବା ସର୍ବେଶ୍ଵର କ୍ରିକେଟ କ୍ଲବ୍ ତରଫରୁ ଟୁର୍ନାମେଣ୍ଟ ଆୟୋଜିତ।

କୁଜଙ୍ଗ / ବଳରାମପୁର, 03/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁରର (କୈଳାଶ ଚନ୍ଦ୍ର ବେହେରା) ମେମୋରିଆଲ୍ ଆନୁକୂଲ୍ୟରେ ସର୍ବେଶ୍ଵର କ୍ଲବ୍ ପକ୍ଷରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ପ୍ରଥମ ଥର ପାଇଁ ବଳରାମପୁର ଗ୍ରାମର ପଡ଼ିଆରେ ଏହି ମ୍ୟାଚ୍ ଟି ଆୟୋଜିତ କରାଯାଇଥିଲା। ଗତ ଦୁଇ ଦିନ ଧରି ଏହି ଖେଳଟି ହୋଇଆସିଥବା ବେଳେ ପ୍ରଥମ ଦିନର ପ୍ରଥମ ମ୍ୟାଚ୍ ଟି ଅନ୍ଧାରୀ ଏବଂ କୁଜଙ୍ଗ ମଧ୍ୟରେ ଅନୁଷ୍ଠିତ କରାଯାଇଥିଲା , ଏବଂ ପ୍ରଥମ ଥର କୁଜଙ୍ଗ ୭ ଟି ୱିକେଟ୍ ନେଇ ଅନ୍ଧାରୀକୁ ପରାସ୍ତ କରିଥିଲା। ଏବଂ ଦ୍ଵିତୀୟ ଦିନ ମଧ୍ୟ ଅର୍ଗାନାଇଜେସନ୍ କରୁଥିବା ବାବା ସର୍ବେଶ୍ଵର କ୍ରିକେଟ କ୍ଲବ୍ ତରଫରୁ ଗରେଇ ଏବଂ ବିରିତୋଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିରିତୋଳ ଗରେଇ କୁ ୪୬ ରନ୍ ରେ ପରାସ୍ତ କରି ବିଜୟ ହାସଲ କରିଛି। ଏହି (କୈଳାଶ ଚନ୍ଦ୍ର ବେହେରା) ମେମୋରିଆଲ୍ ଫାଷ୍ଟ କ୍ରିକେଟ କ୍ଲବ୍ ଟୁର୍ନାମେଣ୍ଟ ବଳରାମପୁରର ବାବା ସର୍ବେଶ୍ଵର କ୍ଲବ୍ ର ମେମ୍ବର ଯଥା - (ରଞ୍ଜିତ କୁମାର ବେହେରା, ଆଶୁତୋଷ ବେହେରା, ଆଷିଷ୍ ରଞ୍ଜନ ବେହେରା, ସୁନା ବେହେରା, ଦେବାସିଷ୍ ସାମନ୍ତରାୟ , ଆଷିଶ୍ ସାମନ୍ତରାୟ , ରିତେଶ୍ କୁମାର ଜେନା , ବିଚିତ୍ର ବେହେରା, ଭକ୍ତ ବଶ୍ଚଳ ନାଥ, କୁନା ବେହେରା, ବିଶ୍ଵଜିତ୍ ବେହେରା ଇତ୍ୟାଦି ଉପସ୍ଥିତ ରହି ଖେଳଟିକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିଥିଲେ। ଶେଷରେ ବିରିତୋଳ ଟିମ୍ ବିଜୟ କପ୍ ହାସଲ କରିବା ପରେ ସେଠାକାର ଲୋକେ ଖୁସିରେ ନୃତ୍ୟ ମଧ୍ୟ କରିଥିଲେ।
Article Image
Article Image
12