ପାରାଦୀପ ଗଡ, 02/12/2024, ଉତ୍କଳ voice news - utkalvoicenews.comପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୨୧ ନମ୍ବର ୱାର୍ଡ ରେ ଚନକଣ ( ଉଦୟଚାନ୍ଦପୁର) ଗ୍ରାମ ଅବସ୍ଥିତ l ବଙ୍ଗୋପ ସାଗର ଉପକୂଳରେ ପଞ୍ଚାୟତ ମୁଖ୍ୟାଳୟ ଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଗ୍ରାମରେ ୪୦୦ ରୁ ଉର୍ଦ୍ଧ୍ବ ଲୋକ ବାସ ବାସ କରନ୍ତି l ପାରାଦୀପ ତୈଳ ବିଶୋଧନାଗାର ଓ ପିପିଏଲ୍ ସାର କାରଖାନା ର ପଛପଟେ ବଙ୍ଗୋପ ସାଗର ଓ ଜଟାଧାର ମୁହାଣ ତଟ ରେ ଉକ୍ତ ଗ୍ରାମ ଟି ଅବସ୍ଥିତ ଥିବାରୁ ଏବଂ ଉଭୟ କାରଖାନା ପାଇଁ ଅଧିକୃତ ହୋଇଥିବା ଜମି ରେ ଡ୍ରେଜିଂ କରାଯାଇ ସମୁଦ୍ର ବାଲି ପୋତେଇ ହେବା କାରଣରୁ ଭୂତଳ ଜଳ ସମ୍ପୂର୍ଣ ଲବଣାକ୍ତ ହୋଇ ଯାଇଛି l ଦିର୍ଘ ବର୍ଷ ଧରି ଏହି ଗ୍ରାମ ର ଲୋକମାନେ ବଜାର ରୁ ପିଇବା ପାଣି କ୍ରୟ କରି ବ୍ୟବହାର କରି ଆସୁଥିଲେ l ଏହି କାରଣରୁ ପଞ୍ଚାୟତ ତରଫରୁ ଦୁଇଟି ଗଭୀର ନଳକୂପ ସ୍ଥାପନ କରାଯାଇଥିଲେ ମଧ୍ୟ ପିଇବା ଯୋଗ୍ୟ ପାଣି ନ ବାହାରିବାରୁ ଗ୍ରାମ ବାସୀ ଏହାର ସମାଧାନ ପାଇଁ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କୁ ଜଣାଇଥିଲେ l ସରପଞ୍ଚ ଶ୍ରୀମତି ବେହେରା ଏହାର ସମାଧାନ ପାଇଁ ତୈଳ ବିଶୋଧନାଗାର ଓ ପିପିଲ୍ କତୃପକ୍ଷଙ୍କୁ ସି.ଏସ୍.ଆର୍ ପାଣ୍ଠି ରୁ ଏହି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦେବାପାଇଁ ପ୍ରସ୍ତାବ ଦେଇଥିଲେ l ଫଳରେ ପିପିଏଲ କତୃପକ୍ଷ ସରପଞ୍ଚ ଙ୍କ ପ୍ରସ୍ତାବ କୁ ଅନୁମୋଦନ କରି ଉକ୍ତ ଗ୍ରାମ କୁ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଅନୁଦାନ ପ୍ରଦାନ କରିବେ ବୋଲି ପଞ୍ଚାୟତ କୁ ଜଣାଇବା ପରେ ଆଜି ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଏହାର ଶୁଭାରମ୍ଭ କରିଛନ୍ତି l ଏଣିକି ପ୍ରତିଦିନ ଏହି ଗ୍ରାମ କୁ ଟ୍ୟାଙ୍କର ଯୋଗେ ପାଞ୍ଚ ହଜାର ଲିଟର ବିଶୁଦ୍ଧ ଜଳ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି l ପରବର୍ତ୍ତୀ ସମୟରେ ପିପିଏଲ୍ ତରଫରୁ ଏକ ଆର. ଓ. ମେସିନ୍ ସ୍ଥାପନ କରାଯିବ ବୋଲି ପିପିଏଲ ସି.ଏସ୍.ଆର୍, ମୁଖ୍ୟ ଶ୍ରୀଯୁକ୍ତ ଓମ୍ ପ୍ରକାଶ ସାହୁ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ପୁର୍ବତନ ସରପଞ୍ଚ ବିଷ୍ଣୁ ଚରଣ ସାହୁ, ଅଲେଖ ମହରଥl, ରମେଶ ଚନ୍ଦ୍ର ବେହେରା, ଏମ. ରାଜେଶ, ସୁଧାଂଶୁ ରଞ୍ଜନ ବେହେରା, ଅଶୋକ କୁମାର ରାଉତ, ସୂର୍ଯ୍ୟକାନ୍ତ ପlତ୍ର, ଶେଖ୍ ମୋମିନ, ଲାଲମୋହନ ଗିରି, ଅଜିତ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ l ସରପଞ୍ଚ ଙ୍କ ଏପରି ଜନହିତକର କାର୍ଯ୍ୟ କୁ ଚନକଣ ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି l

