ଏରସମା, 11/02/2025, ଉତ୍କଳ voice news - utkalvoicenews.com
ଏରସମା ୧୦୦ ଘର ଗ୍ରାମ୍ୟ କମିଟି ପକ୍ଷରୁ ପ୍ରାୟ ୧୫୦ ବର୍ଷ ରୁ ଅଧିକ ହେବ ଦୋଳ ମେଲଣ ଅନୁଷ୍ଠିତ ହୋଇ ଆସୁଛି।କିନ୍ତୁ ଗ୍ରାମାଞ୍ଚଳରେ କଳା ଓ କଳାକାର ବିଲୁପ୍ତ ହେଇଯାଉଥିବାର ଲକ୍ଷ୍ୟ କରି ଏରସମା ୧୦୦ ଘର କମିଟି ସଭାପତି ଅମୁଲ୍ୟ ବିଶ୍ୱାଳ ଓ ସମସ୍ତ ସଭ୍ୟ ମାନେ ଏକ ବଡ଼ ନିଷ୍ପତି ନେଇ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା କରିବାକୁ ସ୍ଥିର କରିଛନ୍ତି।ଏରସମା କାଶି ବିଶ୍ୱ ନାଥ ମନ୍ଦିରରେ ଦର୍ଶକଙ୍କ ପାଇଁ ଅନେକ ପ୍ରାଇଜ ରଖା ଯାଇଛି। ଚଳିତ ବର୍ଷ ନାଟକ ପ୍ରତିଯୋଗିତା କରିବାକୁ ସ୍ଥିର କରାଯାଇ,ଭାଗ୍ୟଶାଳି ଦର୍ଶକଙ୍କୁ ମନଲୋଭା ପ୍ରାଇଜ ଦେବାର ବ୍ୟବସ୍ତା ହୋଉଛି।ଆସନ୍ତା ଦୋଳ ମେଲଣ ଉପଲକ୍ଷେ ମାର୍ଚ୍ଚ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ନାଟକ ପରିବେଷଣ ହେବ। ଏଥିରେ ୩ଟି ଦଳ ପ୍ରତିଯୋଗିତାରେ ଭାଗନେବେ ।ପୋଲାଙ୍ଗ (ଗଡ଼କୁଜଙ୍ଗ ),ଗୋବିନ୍ଦପୁର, ଝିମାଣି ଗୋଟିଏ ନାଟକ ମଞ୍ଚସ୍ତ କରିବା ବେଳେ, ଏରସମା ଶ୍ରୀଜଗନ୍ନାଥ ସାଂସ୍କୃତିକ ମଞ୍ଚର କଳାକାରଙ୍କ ଦ୍ୱାରା ୨ଟି ନାଟକ ମଞ୍ଚସ୍ଥ ହେବ ବୋଲି ସ୍ଥିର କରାଯାଇଛି।ଏହି ଯାତ୍ରା ୫ଦିନ ଧରି ଚାଲିବ ୧୦୦ଘର କମିଟି ସଭାପତି ଅମୁଲ୍ୟ ବିଶ୍ୱାଳ,ସମ୍ପାଦକ ପ୍ରଭାକର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।