ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମୂନୀଗୋସେଇଁ ମଠରେ ବିଶ୍ୱଶାନ୍ତି ମହାଯଜ୍ଞ ର ପୂର୍ଣାହୁତି

କୁଜଙ୍ଗ , 04/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା.୧/୫ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମ ର ପୁରାଣ ବର୍ଣିତ ମୂନୀଗୋସେଇଁ ମଠ(ଜୟନ୍ତା ଗାଦି)ରେ ପ୍ରତିବର୍ଷ ପରି ଚଳିତବର୍ଷ ତମ ୫ ଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହିଳା ଭକ୍ତ ମାନେ ଶୋଭାଯାତ୍ରାରେ ଯାଇ ମହାନଦୀରୁ ପୂର୍ଣ କଳସୀ ଧରି ଗ୍ରାମ ପରିକ୍ରମା କରିବା ସହ ଯଜ୍ଞମଣ୍ଡପ ରେ ପହଁଞ୍ଚିଥିଲେ।ସଞ୍ଜୟ ବେହେରା ଏବଂ ତାଙ୍କର ଧର୍ମପତ୍ନୀ କର୍ତ୍ତା ଭାବେ ପୂଜା ଵିଧିରେ ସହଯୋଗ କରିଥିଲେ। ପରେପରେ ବେଦଜ୍ଞ ବ୍ରାହ୍ମଣ ମାନେ ଶୁଦ୍ଧ ପୁତ୍ତ ଭାବେ ସୂର୍ଯ୍ଯ ପୂଜା ଗୋ ପୂଜାସହ ଗ୍ରାମର ୫ଗ୍ରାମଦେବୀ ଙ୍କୁ ଆବାହାନ ପୂର୍ବକ ଯଜ୍ଞ ନାରାୟଣ ଙ୍କୁ ଆହୁତି ପ୍ରଦାନ କରାଯାଇଥିଲା।ପାଞ୍ଚ ଦିନଧରି ଚାଲିଥିବା ଏହି ମହାଯଜ୍ଞରେ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ଯଜ୍ଞ ନାରାୟଣ ଙ୍କୁ ଦର୍ଶନ କରିବା ସହ କ୍ରୁପା ଲାଭ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପ୍ରଦୀପ ତରାଇ ପ୍ରତାପ ବେହେରା ତପନ ତରାଇ,ଦିପକ ତରାଇ ବାପି ବେହେରା ଲିପୁ ବେହେରା ଙ୍କ ସମେତ ଯଜ୍ଞ କମିଟିର ସମସ୍ତ ସଭ୍ଯ ସହଯୋଗ କରିଥିଲେ
Article Image
14