ଜଗତସିଂହପୁର, 04/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ତା. ୩/୫ { } ଜଗତସିଂହପୁର ବ୍ଳକ ମୁଦୁପୁର ପଞ୍ଚାୟତ ସ୍ଥିତ କନ୍ତାର ଗ୍ରାମର କେଳି-କାଞ୍ଚନ-ଗତ୍ନାକର ପାଠାଗାରରେ ବଣମଲ୍ଲୀ ସାହିତ୍ୟ ସଂସଦ ସୌଜନ୍ୟରୁ ନବକାକଳି ସାହିତ୍ୟ ପତ୍ରିକାର ମାସିକ କବିତା ଆସର ପରିପ୍ରେକ୍ଷୀରେ "ଗ୍ରୀଷ୍ମ କବିତା ଆସର " ପତ୍ରିକାର ସମ୍ପାଦକ ସ୍ଵପ୍ନିଳ କବି ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀଜଗନ୍ନାଥଙ୍କ ଫଟାଚିତ୍ରରେ ମାଲ୍ୟାର୍ପଣ ପରେ କବି ବେଣୁଧର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଡକ୍ଟର ବିଜୟ କୁମାର ବିଶ୍ୱାଳ, ମୁଖ୍ୟବକ୍ତା ନୀଳକଣ୍ଠ ମିଶ୍ର ଓ ବରେଣ୍ୟ ଅତିଥି ଭାବେ ଡ. ବସନ୍ତ ମଞ୍ଜରୀ ଦାସ, କବି ବଂଶୀଧର ବେହେରା , କବି ହୃଦାନନ ବାରିକ ଯୋଗଦାନ କରି "ଓଡ଼ିଆ ସାହିତ୍ୟରେ ଗ୍ରୀଷ୍ମ " ଶୀର୍ଷକରେ ଅଭିଭାଷଣ ପ୍ରଦାନ କରିଥିଲେ । ନବକାକଳିର ପରିଚାଳନା ସମ୍ପାଦିକା ମନୋରମା ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କବି ହେମନ୍ତ କୁମାର ନାୟକଙ୍କ ସଂଯୋଜନାରେ ୨୧ ଜଣ କବି ସ୍ଵରଚିତ କବିତା ପାଠ କରିଥିଲେ । କବିତାଗୁଡ଼ିକ ଡ. ବିଜୟ କୁମାର ବିଶ୍ଵାଳ ସମୀକ୍ଷା କରିଥିଲେ । କବୟିତ୍ରୀ ବିଭୂଷିତା ଦାସଙ୍କୁ ନବକାକଳି କବିତା ସମ୍ମାନରେ ଅତିଥିଗଣ ମାନପତ୍ର , ଅଙ୍ଗବସ୍ତ୍ର ଓ ମୁମେଣ୍ଟୋ ଦେଇ ସମ୍ମାନିତ କରିଥିଲେ । ଶେଷରେ ଗୀତିକବି ହେମନ୍ତ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।