କୁଜଙ୍ଗ , 04/05/2026, ଉତ୍କଳ voice news - utkalvoicenews.com(ତୃପ୍ତି ରଞ୍ଜନ ମହାନ୍ତିଙ୍କ ରିପୋର୍ଟ)
କୁଜଙ୍ଗ ବ୍ଲକ ଅଧିନ ଝିମାଣି ଓ ଗଣ୍ଡକିପୁର ରେ ଥିବା ଦୁଇଟି ଟ୍ୟୁଟୋରିଆଲରରେ ୩୮ ଜଣ ଛାତ୍ର ଛାତ୍ରୀ ପାସ କରି ସଫଳତା ଆଣିଛନ୍ତି । ତାଙ୍କ ମଧ୍ୟରୁ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟ ରେ ପ୍ରଥମ ସ୍ଥାନ ପାର୍ଥ ସାରଥି ସ୍ୱାଇଁ (୪୯୦)
ଦ୍ବିତୀୟ ସ୍ଥାନ ସସ୍ମିତା ପ୍ରଧାନ(୪୫୦) ରଖି ବିଦ୍ୟାଳୟର ନାଁ ରଖିବା ସହ କୋଚିଂ ସେଣ୍ଟରର ଗୌରବ ଆଣିଛନ୍ତି । ଅଧ୍ୟକ୍ଷ ସାଗର କୁମାର ସାହୁଙ୍କ ତତ୍ବାବଧାନରେ ଦୁଇଟି କୋଚିଂ ସେଣ୍ଟର ୯ ବର୍ଷ ହେବ ସଫଳତା ଅଂଚଳରେ ଆଣି ଦେଉଛି । ସେଣ୍ଟରର ଶିକ୍ଷକ ପ୍ରମୋଦ ପରମାଣିକ,ବିସ୍ବଜିତ ସାହୁ,ଦୁର୍ଯ୍ୟୋଧନ ବେହେରା,ସୋମନାଥ ବେହେରାଙ୍କ କଠିନ ପରିଶ୍ରମରେ ଏହା ସମ୍ଭବ ହୋଇପାରିଛି ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ କହିବା ସହ ଛାତ୍ରଛାତ୍ରୀମାନଙ୍କୁ ଶୁଭେଛା ଜଣାଇଛନ୍ତି ।