ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ପଞ୍ଚଦଶ ଅଧ୍ୟାୟ: କନ୍ତାରେଶ୍ୱର ମହାଦେବ ମନ୍ଦିରରେ ଦୁର୍ଲଭ ଦଶମ ଶତାବ୍ଦୀର ତ୍ରିମୂର୍ତ୍ତି ପରିଦର୍ଶନ।

ଜଗତସିଂହପୁର, 05/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ଜଗତସିଂହପୁର ଜିଲ୍ଲାର ଲୁକ୍କାୟିତ କୀର୍ତ୍ତିରାଜିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଚାଲିଥିବା 'ଜଗତସିଂହପୁର ଐତିହ୍ୟ ପଦଯାତ୍ରା'ର ପଞ୍ଚଦଶତମ ଅଧ୍ୟାୟ ଗତ ୩ ମଇ ୨୦୨୬ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମୁଦୁପୁର ଗ୍ରାମପଞ୍ଚାୟତ ସ୍ଥିତ କନ୍ତାର ଗ୍ରାମର ପ୍ରାଚୀନ କନ୍ତାରେଶ୍ୱର ମହାଦେବ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
Article Image
ପ୍ରସିଦ୍ଧ ସିଦ୍ଧଳ ଜଗନ୍ନାଥ ମନ୍ଦିରଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଏହି କନ୍ତାରେଶ୍ୱର ମହାଦେବ ମନ୍ଦିର ପରିସରରେ ଦଶମ-ଏକାଦଶ ଶତାବ୍ଦୀର ଦୁର୍ଲଭ ତ୍ରିମୂର୍ତ୍ତି ଦେଖିବାକୁ ମିଳିଛି। ଭୁବନେଶ୍ୱରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ଶୈଳୀରେ ଏଠାରେ ଶଙ୍କର୍ଷଣ (ବଳରାମ), ବାସୁଦେବ (କୃଷ୍ଣ) ଓ ଏକାଂଶା (ସୁଭଦ୍ରା) ଙ୍କ ବିଗ୍ରହ ପୂଜା ପାଉଛନ୍ତି। ବିଶେଷତ୍ୱ ହେଉଛି, ଏହି ମୂର୍ତ୍ତିଗୁଡ଼ିକର ଆକାର ଅନନ୍ତ ବାସୁଦେବଙ୍କ ମୂର୍ତ୍ତିଠାରୁ ମଧ୍ୟ ବୃହତ। ମୂର୍ତ୍ତିଗୁଡ଼ିକର ବିଶେଷତ୍ୱ ନିମ୍ନରେ ପ୍ରଦାନ କରାଗଲା। ଶଙ୍କର୍ଷଣ (ବଳରାମ): ପ୍ରାୟ ୪ ଫୁଟ ଉଚ୍ଚତାର ଏହି ଦ୍ୱିଭୁଜା ମୂର୍ତ୍ତିଙ୍କ ମସ୍ତକରେ ସପ୍ତଫେଣି ନାଗଫଣା ଶୋଭା ପାଉଛି। ସେ ନିଜ ହସ୍ତରେ ଲଙ୍ଗଳ ଓ ମୁଷଳ ଧାରଣ କରିଛନ୍ତି। ବାସୁଦେବ (କୃଷ୍ଣ): ଚତୁର୍ଭୁଜା ବିଶିଷ୍ଟ ଏହି ମୂର୍ତ୍ତିଙ୍କ ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଛି। ପାଦଦେଶରେ ଗରୁଡ଼ ଓ ପାର୍ଶ୍ୱରେ ଶ୍ରୀଦେବୀ ଓ ସରସ୍ୱତୀ ବିଦ୍ୟମାନ। ମସ୍ତକରେ ସୁନ୍ଦର କିର୍ତ୍ତିମୁଖ ଓ ମକରତୋରଣ ଖୋଦିତ ହୋଇଛି। ଏକାଂଶା (ସୁଭଦ୍ରା): ଏହି ମୂର୍ତ୍ତିଟି କାଳକ୍ରମେ ସାମାନ୍ୟ କ୍ଷୟପ୍ରାପ୍ତ ହୋଇଥିଲେ ହେଁ, ଦୁଇ ହସ୍ତରେ ପୁଷ୍ପ ଧାରଣ କରିବାର ଶୈଳୀ ଏବେ ମଧ୍ୟ ସ୍ପଷ୍ଟ ଦେଖିହୁଏ। ଏହା ବ୍ୟତୀତ ମନ୍ଦିର ପ୍ରାଙ୍ଗଣରେ ନବମ ଶତାବ୍ଦୀର ପ୍ରାଚୀନଜଗତସିଂହପୁର ଐତିହ୍ୟ ପଦଯାତ୍ରାର ପଞ୍ଚଦଶ ଅଧ୍ୟାୟ: କନ୍ତାରେଶ୍ୱର ମହାଦେବ ମନ୍ଦିରରେ ଦୁର୍ଲଭ ଦଶମ ଶତାବ୍ଦୀର ତ୍ରିମୂର୍ତ୍ତି ପରିଦର୍ଶନ ଜଗତସିଂହପୁର ଜିଲ୍ଲାର ଲୁକ୍କାୟିତ କୀର୍ତ୍ତିରାଜିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଚାଲିଥିବା 'ଜଗତସିଂହପୁର ଐତିହ୍ୟ ପଦଯାତ୍ରା'ର ପଞ୍ଚଦଶତମ ଅଧ୍ୟାୟ ଗତ ୩ ମଇ ୨୦୨୬ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମୁଦୁପୁର ଗ୍ରାମପଞ୍ଚାୟତ ସ୍ଥିତ କନ୍ତାର ଗ୍ରାମର ପ୍ରାଚୀନ କନ୍ତାରେଶ୍ୱର ମହାଦେବ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ପ୍ରସିଦ୍ଧ ସିଦ୍ଧଳ ଜଗନ୍ନାଥ ମନ୍ଦିରଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ ଏହି କନ୍ତାରେଶ୍ୱର ମହାଦେବ ମନ୍ଦିର ପରିସରରେ ଦଶମ-ଏକାଦଶ ଶତାବ୍ଦୀର ଦୁର୍ଲଭ ତ୍ରିମୂର୍ତ୍ତି ଦେଖିବାକୁ ମିଳିଛି। ଭୁବନେଶ୍ୱରର ପ୍ରସିଦ୍ଧ ଅନନ୍ତ ବାସୁଦେବ ମନ୍ଦିର ଶୈଳୀରେ ଏଠାରେ ଶଙ୍କର୍ଷଣ (ବଳରାମ), ବାସୁଦେବ (କୃଷ୍ଣ) ଓ ଏକାଂଶା (ସୁଭଦ୍ରା) ଙ୍କ ବିଗ୍ରହ ପୂଜା ପାଉଛନ୍ତି। ବିଶେଷତ୍ୱ ହେଉଛି, ଏହି ମୂର୍ତ୍ତିଗୁଡ଼ିକର ଆକାର ଅନନ୍ତ ବାସୁଦେବଙ୍କ ମୂର୍ତ୍ତିଠାରୁ ମଧ୍ୟ ବୃହତ। ମୂର୍ତ୍ତିଗୁଡ଼ିକର ବିଶେଷତ୍ୱ ନିମ୍ନରେ ପ୍ରଦାନ କରାଗଲା। ଶଙ୍କର୍ଷଣ (ବଳରାମ): ପ୍ରାୟ ୪ ଫୁଟ ଉଚ୍ଚତାର ଏହି ଦ୍ୱିଭୁଜା ମୂର୍ତ୍ତିଙ୍କ ମସ୍ତକରେ ସପ୍ତଫେଣି ନାଗଫଣା ଶୋଭା ପାଉଛି। ସେ ନିଜ ହସ୍ତରେ ଲଙ୍ଗଳ ଓ ମୁଷଳ ଧାରଣ କରିଛନ୍ତି। ବାସୁଦେବ (କୃଷ୍ଣ): ଚତୁର୍ଭୁଜା ବିଶିଷ୍ଟ ଏହି ମୂର୍ତ୍ତିଙ୍କ ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଛି। ପାଦଦେଶରେ ଗରୁଡ଼ ଓ ପାର୍ଶ୍ୱରେ ଶ୍ରୀଦେବୀ ଓ ସରସ୍ୱତୀ ବିଦ୍ୟମାନ। ମସ୍ତକରେ ସୁନ୍ଦର କିର୍ତ୍ତିମୁଖ ଓ ମକରତୋରଣ ଖୋଦିତ ହୋଇଛି। ଏକାଂଶା (ସୁଭଦ୍ରା): ଏହି ମୂର୍ତ୍ତିଟି କାଳକ୍ରମେ ସାମାନ୍ୟ କ୍ଷୟପ୍ରାପ୍ତ ହୋଇଥିଲେ ହେଁ, ଦୁଇ ହସ୍ତରେ ପୁଷ୍ପ ଧାରଣ କରିବାର ଶୈଳୀ ଏବେ ମଧ୍ୟ ସ୍ପଷ୍ଟ ଦେଖିହୁଏ। ଏହା ବ୍ୟତୀତ ମନ୍ଦିର ପ୍ରାଙ୍ଗଣରେ ନବମ ଶତାବ୍ଦୀର ପ୍ରାଚୀନ ଭୈରବ,ଗଣେଶ, କାର୍ତ୍ତିକ ଓ ଆସ୍ତିକ ଜରତକାରୁଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ମୂର୍ତ୍ତିଗୁଡ଼ିକ ପୂର୍ବରୁ 'ବାମ କର ମଠ' ନାମକ ଏକ ଉଚ୍ଚା ଢିପରେ ଥିଲା। ପ୍ରାୟ ୨୦୦ ବର୍ଷ ପୂର୍ବେ ବାମ କର ନାମକ ଜଣେ ବ୍ରାହ୍ମଣ ସେଠାରେ ଏହି ମୂର୍ତ୍ତିଗୁଡ଼ିକୁ ପୂଜା କରୁଥିଲେ। ତାଙ୍କ ପରଲୋକ ପରେ ଗ୍ରାମବାସୀମାନେ ଏହି ଦୁର୍ଲଭ ବିଗ୍ରହଗୁଡ଼ିକୁ ଆଣି କନ୍ତାରେଶ୍ୱର ଶିବ ମନ୍ଦିର ବେଢ଼ାରେ ସ୍ଥାପନ କରିଛନ୍ତି। ସ୍ଥାନୀୟ ନିବାସୀ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ତ୍ରିପାଠୀ ଏହି ଅବସରରେ ମନ୍ଦିରର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ସଂଯୋଜକ ଶ୍ରୀକାନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଯୁବ ସଦସ୍ୟ ତ୍ରିଲୋଚନ ସ୍ୱାଇଁ, ଦେବାଶିଷ ପାତ୍ର, ସମ୍ବିତ ସିଂହ, ସୌର୍ଯ୍ୟପ୍ରକାଶ ନାୟକ, ରୁଦ୍ର ମାଧବ ଦାସ , ଜିନୋଦ ମହାନ୍ତି ଓ ରୋହନ ମହାରଣା ତଥା ଜ୍ୟେଷ୍ଠ ପ୍ରତିମ ଶଶାଙ୍କ ଶେଖର ପଣ୍ଡା, ବସନ୍ତ ମଞ୍ଜରୀ ଦାସ, ହେମନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ। ପଦଯାତ୍ରୀମାନେ ପରିଶେଷରେ ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ସେବନ କରିଥିଲେ। ଜଗତସିଂହପୁରର ଏପରି ଅନେକ ବିରଳ କୀର୍ତ୍ତିରାଜି ଆଜିବି ପୁସ୍ତକ ବା ପୋଥିର ପୃଷ୍ଠାରେ ସ୍ଥାନ ପାଇନାହିଁ, ଯାହାକୁ ଲୋକଲୋଚନକୁ ଆଣିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଭୈରବ,ଗଣେଶ, କାର୍ତ୍ତିକ ଓ ଆସ୍ତିକ ଜରତକାରୁଙ୍କ ମୂର୍ତ୍ତି ମଧ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ମୂର୍ତ୍ତିଗୁଡ଼ିକ ପୂର୍ବରୁ 'ବାମ କର ମଠ' ନାମକ ଏକ ଉଚ୍ଚା ଢିପରେ ଥିଲା। ପ୍ରାୟ ୨୦୦ ବର୍ଷ ପୂର୍ବେ ବାମ କର ନାମକ ଜଣେ ବ୍ରାହ୍ମଣ ସେଠାରେ ଏହି ମୂର୍ତ୍ତିଗୁଡ଼ିକୁ ପୂଜା କରୁଥିଲେ। ତାଙ୍କ ପରଲୋକ ପରେ ଗ୍ରାମବାସୀମାନେ ଏହି ଦୁର୍ଲଭ ବିଗ୍ରହଗୁଡ଼ିକୁ ଆଣି କନ୍ତାରେଶ୍ୱର ଶିବ ମନ୍ଦିର ବେଢ଼ାରେ ସ୍ଥାପନ କରିଛନ୍ତି। ସ୍ଥାନୀୟ ନିବାସୀ ଶିକ୍ଷାବିତ୍ ସୁରେନ୍ଦ୍ର କୁମାର ତ୍ରିପାଠୀ ଏହି ଅବସରରେ ମନ୍ଦିରର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ସଂଯୋଜକ ଶ୍ରୀକାନ୍ତ ସିଂହଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ଯୁବ ସଦସ୍ୟ ତ୍ରିଲୋଚନ ସ୍ୱାଇଁ, ଦେବାଶିଷ ପାତ୍ର, ସମ୍ବିତ ସିଂହ, ସୌର୍ଯ୍ୟପ୍ରକାଶ ନାୟକ, ରୁଦ୍ର ମାଧବ ଦାସ , ଜିନୋଦ ମହାନ୍ତି ଓ ରୋହନ ମହାରଣା ତଥା ଜ୍ୟେଷ୍ଠ ପ୍ରତିମ ଶଶାଙ୍କ ଶେଖର ପଣ୍ଡା, ବସନ୍ତ ମଞ୍ଜରୀ ଦାସ, ହେମନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ। ପଦଯାତ୍ରୀମାନେ ପରିଶେଷରେ ସିଦ୍ଧଳ ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ସେବନ କରିଥିଲେ। ଜଗତସିଂହପୁରର ଏପରି ଅନେକ ବିରଳ କୀର୍ତ୍ତିରାଜି ଆଜିବି ପୁସ୍ତକ ବା ପୋଥିର ପୃଷ୍ଠାରେ ସ୍ଥାନ ପାଇନାହିଁ, ଯାହାକୁ ଲୋକଲୋଚନକୁ ଆଣିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ।
9