ବାଲିକୁଦା, 05/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*


୪।୫ ( ନି, ପ୍ର ) :
ଉତ୍କଳ ଯାଦବ ମହାସଭା ଓଡ଼ିଶା ଦ୍ୱାରା ସହବନ୍ଧିତ ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ସାଙ୍ଗଠନିକ ବୈଠକ ଓ ପରିଚାଳନା କମିଟିର କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ଏକ ସାଂଗଠନିକ ବୈଠକ ଗରାମ ପଞ୍ଚାୟତର ଚଅଁରପୁର ନିକଟ ବାବା ମାଧୁରୀ ଆଶ୍ରମ ଚମ୍ପାବାଲି ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସାଂଗଠନିକ ବୈଠକରେ ବାଲିକୁଦା ବ୍ଲକର ବିଭିନ୍ନ ପଞ୍ଚାୟତର ଯୁବ ସଂଗଠକ ମାନେ ଯୋଗଦେଇ ଯାଦବ ମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଲିକୁଦା ବ୍ଲକରେ ବିଭିନ୍ନ ପଞ୍ଚାୟତରେ ଯାଦବ ସଂଗଠନକୁ ସୁଦୃଢ଼ କରିବା ପାଇଁ ବ୍ଲକ୍ ସ୍ତରୀୟ ସମସ୍ତ ପଞ୍ଚାୟତର ଯୁବକ ମାନଙ୍କୁ ନେଇ ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ପରିଚାଳନା କମିଟିର କର୍ମକର୍ତ୍ତା ଚୟନ କରାଯାଇଥିଲା । ବାଲିକୁଦା ବ୍ଲକ ଯୁବ ଯାଦବ ମହାସଭାର ସଭାପତି ହେମନ୍ତ କୁମାର ଦାସ, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ଦାସ, ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ସମ୍ପାଦକ ବିଶ୍ୱନାଥ ପରିଡ଼ା, କୋଷାଧ୍ୟକ୍ଷ ଦୋଳ ଗୋବିନ୍ଦ ପରିଡ଼ା, ଉପସଭାପତି ବିକାଶ କୁମାର ପରିଡ଼ା, ଗୋପାଳ ଦାସ, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାସ, ଗାନ୍ଧୀ ଜେନା, ସୋମନାଥ ମାହାର, ସାଂଗଠନିକ ଜୋନ୍ ର ସମ୍ପାଦକ ଭାବେ ଜିତେନ୍ଦ୍ର କୁମାର ଦାସ, ବବୁଲ କୁମାର ଦାସ, ବିକାଶ ଦାସ, ଆଦିକନ୍ଦ ଦାସ ରହିଥିବା ବେଳେ, ପରାମର୍ଶ ଦାତା କମିଟିରେ ନିରଞ୍ଜନ ଦାସ, ମନୋଜ କୁମାର ଦାସ, ନରୋତ୍ତମ ଦାସ, ଶଙ୍କର ବହିରା, ଶ୍ରୀକାନ୍ତ ଦାସ ପ୍ରମୁଖଙ୍କୁ ମନୋନୀତ କରାଯାଇଛି । ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ସଭାପତି ଇଁ ପ୍ରଦୀପ କୁମାର ବେହେରା ଓ ଉତ୍କଳ ଯାଦବ ମହାସଭାର ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତିର୍ଥବାସୀ ବେହେରା ଙ୍କ ତତ୍ତ୍ଵାବଧାନରେ ବାଲିକୁଦା ବ୍ଲକ ସ୍ତରରେ ଯୁବ ଯାଦବ ମାନଙ୍କୁ ନେଇ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏକ କର୍ମଶାଳା ଆଗାମୀ ଦିନରେ କରିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ଆଗାମୀ ଦିନରେ ୩୦ଟି ପଞ୍ଚାୟତରେ ଯାଦବ ଭାଇ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଯାଦବ ମହାସଭା ତରଫରୁ ପ୍ରତି ମାସର ଶେଷ ରବିବାର ଦିନ ତିନୋଟି ଲେଖାଏଁ ପଞ୍ଚାୟତ କୁ ନେଇ ପ୍ରତି ମାସର ମାସିକ ସାଂଗଠନିକ ବୈଠକ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଗଲା ।