ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୂଚନା ଅଧିକାର ତାଲିମ୍ ଶିବିର। ବାଲିତୁଠ

ଏରସମା, 11/02/2025, ଉତ୍କଳ voice news - utkalvoicenews.comଏରସମା ସ୍ଥିତ ଗାନ୍ଧୀ ସ୍ମୃତି ଭବନ ପରିସରରେ ସୂଚନା ଅଧିକାର ଆଇନ୍ ତାଲିମ ଶିବିର ଅନୁଷ୍ଠିତ ହୋଇଛି।ସୋମବାର ପୂର୍ବାହ୍ନରେ ଆୟୋଜିତ ତାଲିମ୍ ଶିବିରରେ ଏରସମା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସାଧାରଣ ଲୋକମାନେ ଅଂଶଗ୍ରହଣ କରିଥିଲେ। ଓଡଶା ସୂଚନା ଅଧିକାର ରାଜ୍ୟ ସଭାପତି ପ୍ରଦିପ ପ୍ରଧାନ ତାଲିମ୍ ଶିବିରରେ ଯୋଗଦେଇ,ସୂଚନା ଅଧିକାରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦୀଗ ଉପରେ ଆଲୋକପାତ କରିବା ସହିତ,ଏ ସମ୍ପର୍କରେ ସଭିଏଁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସୂଚନା ଅଧିକାର ଏରସମା ବ୍ଲକ୍ ସଭାପତି ଭରତ ସାମଲ,ନ୍ରୂଶିଂହ ଦାସ, ହେମନ୍ତ ସେଠି,ନେତ୍ରାନନ୍ଦ ବେହେରା,ଅକ୍ଷୟ ବେହେରା ଓ ରବିନ୍ଦ୍ର ଦାସ ପ୍ରମୁଖ କର୍ମକର୍ତ୍ତା ମାନେ ଯୋଗଦେଇ,ଆଗାମୀ ପରିପ୍ରେକ୍ଷୀରେ ସୂଚନା ସଂଗଠନ ତାର କାର୍ଯ୍ୟ କ୍ରମକୁ ପରିବ୍ୟାପ୍ତ କରିବ ବୋଲି କହିଥିଲେ।ଫୁଲେ ଆମ୍ବେଦକର ସାମାଜିକ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ମାଧବେନ୍ଦ୍ର ଗୋଛାୟତ,ମନୋଜ ପାତ୍ର, ଚିନ୍ମୟ ନାଥ,ବାବାଜୀ ମଲ୍ଲିକ,ହେମନ୍ତ ସେଠି,ଭରତ ସାମଲ,ଡମ୍ବରୁ ଜେନା, କୈଳାସ ସାମଲ,ମାୟାଧର ଦାସ ଓ ଅଜୟ କାଣ୍ଡୀଙ୍କ ସମେତ ଶତାଧିକ ଜନସାଧାରଣ ଯୋଗଦେଇ ସୂଚନା ଅଧିକାର ଆଇନ ସମ୍ପର୍କରେ ଅବଗତ ହୋଇଥିଲେ।
Article Image
1