ବାଲିକୁଦା, 05/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ବାଲିକୁଦା ବ୍ଲକ ଅନ୍ତର୍ଗତ ଥାଇଳ ପଞ୍ଚାୟତର ଥାଇଳ ଗ୍ରାମର ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି କଣ୍ଡୁରି ଚରଣ ଦାସଙ୍କ ଏକାଦଶାହ ଅବସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ଚାରଣ ସଭାରେ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଶ୍ରୀ ଦାସ ଙ୍କ ଜୀବନ ସଫଳତାର ସମ୍ପର୍କରେ ଆଲୋକପାତ କରିଥିଲେ । ସେ ଜଣେ ସ୍ନେହୀ, ସମୟାନୁବର୍ତ୍ତୀତା, ପରୋପକାରୀ ମଣିଷ ଥିଲେ । ଏହି କାର୍ଯ୍ୟକ୍ରମରେ ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା,ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା, ବାଲିକୁଦା ବ୍ଲକ ଯାଦବ ମହାସଭାର ସଭାପତି ଧର୍ମାନନ୍ଦ ଦାସ, କାର୍ଯ୍ୟକାରୀ ସଭାପତି ଶରତ ଚନ୍ଦ୍ର ଦାସ, ପୂର୍ବତନ ସଭାପତି ବାବାଜୀ ଚରଣ ଦାସ, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ପ୍ରଫୁଲ୍ଲ କୁମାର ବାହାଲିଆ, ନରେଶ ଚନ୍ଦ୍ର ଦାସ, ବୀରବର ଦାସ, ଫକୀର ଚରଣ ଦାସ, ବାଲିକୁଦା ବ୍ଲକ୍ ଯୁବ ଯାଦବ ମହାସଭାର ସଭାପତି ହେମନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ସମ୍ପାଦକ ବିଶ୍ୱନାଥ ପରିଡ଼ା, ନିରଞ୍ଜନ ଦାସ, ବିକାଶ କୁମାର ପରିଡ଼ା, ହେମନ୍ତ କୁମାର ଦାସ, ଗୌରାଙ୍ଗ ଚରଣ ପରିଡ଼ା,ମିଟୁ ଦାସ,ସୁକଦେଵ ଦାସ ପ୍ରମୁଖଙ୍କ ସହିତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇ ଶ୍ରୀ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
