ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦ ଗଠିତ ।

ବାଲିକୁଦା, 05/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
୫!୫( ): ଉତ୍କଳ ଯାଦବ ମହାସଭା ସାଂସ୍କୃତିକ ବିଭାଗ ଦ୍ଵାରା ପରିଚାଳିତ ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦ ଗଠନ କରାଯାଇ ଏହାର କର୍ମକର୍ତ୍ତା ଚୟନ କରାଯାଇଛି । ବାଲିକୁଦା ବ୍ଲକ୍ ର ବୋରିକିନା ଠାରେ ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦର ଏକ ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ଯାଦବ ମହାସଭାର ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ତୀର୍ଥବାସୀ ବେହେରା, ଉତ୍କଳ ଯାଦବ ମହାସଭାର ଯୁଗ୍ମ ସମ୍ପାଦକ ତଥା ବାଲିକୁଦା ବ୍ଲକ୍ ଯାଦବ ମହାସଭାର ସଂଗଠନ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଗୋପାଳ ଜାତିର ପାରମ୍ପରିକ କଳା, ସଂସ୍କୃତି, ଓଡ଼ିଶାର ପ୍ରାଚୀନ ଆଧ୍ୟାତ୍ମିକ ଲୋକକଳା, ଲଉଡ଼ି ଖେଳ, ଓଗାଳ, ଲଉଡ଼ି ବାଡ଼ି କିଭଳି ଭାବରେ ଆଗାମୀ ଦିନରେ ବଞ୍ଚି ରହିବ ସେଥି ପାଇଁ ଜଗତସିଂହପୁର ଜିଲ୍ଲାରେ ଦୁଇଶହ ରୁ ଉର୍ଦ୍ଧ୍ୱ କାଠି ଲଉଡ଼ି ଦଳ ଓ ବାଲିକୁଦା ବ୍ଲକ୍ ରେ ଥିବା କୋଡିଏ ରୁ ଉର୍ଦ୍ଧ୍ୱ ଲଉଡ଼ି ନୃତ୍ୟ ଦଳକୁ ନେଇ ସେମାନଙ୍କୁ କଳା ପରିବେଷଣର ଆଗାମୀ ଦିନରେ ସୁଯୋଗ ପ୍ରଦାନ କରାଯିବା ପରିପ୍ରେକ୍ଷୀରେ ଲଉଡ଼ି ନୃତ୍ୟର ସୁରକ୍ଷା ପାଇଁ ସମସ୍ତ ଯାଦବ ଭାଇ ମାନେ ଏକାଠି ହୋଇ ଯାଦବ କୂଳର ଐତିହ୍ୟ ପରମ୍ପରା ଓ ଲଉଡ଼ି ନୃତ୍ୟକୁ କିଭଳି ଭାବରେ କଳା ସଂସ୍କୃତି ବଞ୍ଚି ରହି ପାରିବ ବୋଲି ଏହି ବୈଠକରେ ମତପ୍ରକାଶ ପାଇଥିଲା । ବାଲିକୁଦା ବ୍ଲକ୍ ର ସମସ୍ତ କାଠି ଲଉଡ଼ି ଦଳ ମାନଙ୍କୁ ନେଇ ଜଗତସିଂହପୁର ଜିଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦର କର୍ମକର୍ତ୍ତା ଚୟନ କରାଯାଇଥିଲା । ପରିଷଦର ସଭାପତି ବିଶ୍ୱନାଥ ପରିଡ଼ା, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଦାସ, ସମ୍ପାଦକ ସୌମେନ୍ଦ୍ର କୁମାର ଦାସ, ସଂଗଠନ ସମ୍ପାଦକ ହେମନ୍ତ କୁମାର ଦାସ, ନିତ୍ୟାନନ୍ଦ ବେହେରା, ଯୁଗ୍ମ ସମ୍ପାଦକ ସତ୍ୟ ପ୍ରକାଶ ଦାସ, କୋଷାଧ୍ୟକ୍ଷ ସ୍ମୃତି ରଞ୍ଜନ ଦାସ, ଉପସଭାପତି ଦୋଳ ଗୋବିନ୍ଦ ପରିଡ଼ା, ଶଙ୍କର ବହିରା, ଅର୍ଜୁନ ଚରଣ ମାଳତୀ, ମନୋଜ ମାହର, ହରି ଦାସ, ଅମରେଶ୍ୱର ଦାସ, ସୁବାସ ଦାସ, ସହ ସମ୍ପାଦକ ଶୈଳେନ୍ଦ୍ର କୁମାର ଦାସ, ଆଶୁତୋଷ ଦାସ, ବବୁଲ ଦାସ, କାଳନ୍ଦୀ ଦାସ, ଜିତେନ୍ଦ୍ର ଦାସ ପ୍ରମୁଖ ରହିଥିବା ବେଳେ, କାର୍ଯ୍ୟ ନିର୍ବାହୀ ସଭ୍ୟ ଭାବେ ପତିତପାବନ ଦାସ, ବିପିନ କୁମାର ଦାସ, ବିକାଶ କୁମାର ପରିଡ଼ା, ଅମର ଦାସ, ସିବୁନା ଦାସ, କାବୁଲା ପରିଡ଼ା, ଜ୍ୟୋତି ରଞ୍ଜନ ଦାସ, ମନୋଜ କୁମାର ଦାସଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଜଗତସିଂହପୁର ଜିଲାରେ ପ୍ରତିଟି ବ୍ଲକରେ ରହିଥିବା କାଠି ଲଉଡ଼ି ଦଳ ମାନଙ୍କୁ ନେଇ ଜିଲା ସ୍ତରରେ ସମସ୍ତଙ୍କୁ ଏକଜୁଟ କରି ଗୋପାଳ ଜାତିର ଓଡ଼ିଶାର ପ୍ରାଚୀନ ଓ ଆଧ୍ୟାତ୍ମିକ ଲୋକକଳା, ଲଉଡ଼ି ଖେଳ, ଓଗାଳ ଓ ଲଉଡ଼ି ବାଡ଼ି ଖେଳକୁ କିଭଳି ଭାବରେ ଲୋକନୃତ୍ୟ କଳାର ମାନ୍ୟତା ପାଇବ, ସେଥି ପାଇଁ ସମସ୍ତ ଯାଦବ ଭାଇ ମାନଙ୍କର ଉଦ୍ୟମ ଓ ପ୍ରୟାସ ଜାରି ରହିବା ପାଇଁ ସାଙ୍ଗଠନିକ ପ୍ରକ୍ରିୟାକୁ ସୁଦୃଢ଼ କରାଯିବ ବୋଲି ଏହି ବୈଠକରେ ମତପ୍ରକାଶ ପାଇଥିଲା । ଏବଂ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ଲଉଡ଼ି ନୃତ୍ୟ ପରିଷଦ ତରଫରୁ" ଲଉଡ଼ି ନୃତ୍ୟ ମହୋତ୍ସବ" ଉତ୍କଳ ଯାଦବ ମହାସଭା ସହଯୋଗରେ କରାଯିବା ପାଇଁ ଏହି ବୈଠକରେ ସ୍ଥିର କରାଗଲା । ଆମ ପର୍ବ, ଆମ ଗର୍ବ, ।ଲଉଡ଼ି ଖେଳ, ଗୋପାଳଙ୍କ ବଳ । ଲଉଡ଼ି ନୃତ୍ୟ ପରିଷଦ ତରଫରୁ ଆହ୍ୱାନ ଦିଆ ଯାଇଥିଲା ।
Article Image
6