ପୁରୀ , 05/05/2026, ଉତ୍କଳ voice news - utkalvoicenews.comପୁରୀଜିଲ୍ଲା ବ୍ରହ୍ମଗିରି ବ୍ଲକ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରହ୍ମଗିରି ରେ ପ୍ରତିଭା ସମ୍ମାନ ଉତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମ ରେ ମାଟ୍ରିକ ପରୀକ୍ଷା ରେ ୩୬୨ ନମ୍ବର ରଖି ବ୍ଲକ ଟପ୍ପର ହୋଇଥିବା ନନ୍ଦିନୀ ଦଳାଇ ଏବଂ ଏବଂ ୫୪୯ ନମ୍ବର ରଖିଥିବା ସ୍ୱୟଂ ଶ୍ରୀକୃଷ୍ଣ ସ୍ୱାଇଁଙ୍କ ସହିତ A2ର ୨୫ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଫୁଲଗଛ ସହିତ ଫାଇଲ ଏବଂ ପେନ ଦିଆଯାଉ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିବାକର ଦଳାଇଙ୍କ ଅଧକ୍ଷତାରେ ଆଲୁମିନି କମିଟିର ସଭାପତି ରମାଶଙ୍କର ପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ୍ତ କୁମାର ନାଏକ, ପରିଚାଳନା କମିଟି ସଦସ୍ୟ ପ୍ରଭାକର ଦଳାଇ ଏବଂ ୧୯୯୫ ମସିହା ମାଟ୍ରିକ ବ୍ୟାଚ ଛାତ୍ର ସାମ୍ବାଦିକ ରମେଶ ସାହୁ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି କାମନା କରିଥିଲେ l ସର୍ବଶେଷରେ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l