ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୁରୁଷୋତ୍ତମପୁରରେ ବିଜେପିର ବିଜୟ ଉତ୍ସବ: ବସଷ୍ଟାଣ୍ଡରେ ଉତ୍ସାହର ଲହରୀ

ଗଞ୍ଜାମ, 05/05/2026, ଉତ୍କଳ voice news - utkalvoicenews.comପୁରୁଷୋତ୍ତମପୁର (୫/୨୬):
Article Image
ଭାରତର ପଶ୍ଚିମ ବଙ୍ଗଳା, ଆସମ ଓ ପଣ୍ଡୁଚେରି ଭଳି ଅଞ୍ଚଳରେ ବିଜେପିର ବିପୁଳ ବିଜୟ ପରେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ସହରରେ ଖୁସିର ମହଲ ଦେଖାଯାଇଛି। ଏହି ଅବସରରେ ସହରର ବସଷ୍ଟାଣ୍ଡ ଠାରେ ଧୂମଧାମରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଘୁମୁସର ଜିଲ୍ଲା ଯୁବ ବିଜେପି ସଭାପତି ଅଜିତ କୁମାର ପଣ୍ଡାଙ୍କ ସଂଯୋଜନାରେ ରାତ୍ରି ପ୍ରାୟ ୯ଟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଯୁବ ନେତା ଓ କର୍ମୀମାନେ ଯୋଗଦେଇଥିଲେ। ବାଣ ଫୁଟାଇବା, ପତାକା ହଲେଇବା ଓ ଦେଶଭକ୍ତିମୟ ସ୍ଲୋଗାନ ଦେଇ ସମଗ୍ର ପରିବେଶକୁ ଉତ୍ସାହମୟ କରିଥିଲେ। “ଜୟ ଶ୍ରୀରାମ” ଧ୍ୱନି ସହ ଉଲ୍ଲାସର ମଧ୍ୟରେ ବସଷ୍ଟାଣ୍ଡ ଅଞ୍ଚଳ କିଛି ସମୟ ପାଇଁ ପୂର୍ଣ୍ଣ ରୂପେ ଉତ୍ସବ ମଞ୍ଚରେ ପରିଣତ ହୋଇଯାଇଥିଲା। ଏହି ଉତ୍ସବ ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ଅଧକ୍ଷ ନିତିନ ନବୀନଙ୍କ ପ୍ରଶଂସାରେ ସ୍ଲୋଗାନ ଦିଆଯାଇଥିଲା। ନେତାମାନଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ନୀତି ନିର୍ଦ୍ଦେଶନାରେ ଦେଶର ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ଦ୍ରୁତ ଉନ୍ନତି ହେଉଛି। ମହିଳା ସଶକ୍ତିକରଣ, ଯୁବପିଢ଼ୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ଓ ବିଭିନ୍ନ ଯୋଜନାମାନେ ଏହି ବିଜୟର ପ୍ରମୁଖ କାରଣ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ବିଜୟ ଉତ୍ସବରେ ସୁରେଶ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ଚିଣ୍ଟୁ ମହାପାତ୍ର, କିଶୋର ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ସାହୁ ଓ ଶ୍ୟାମ ବାବୁ ଦୋରା ସହିତ ଅନେକ ଯୁବ କର୍ମୀ ଓ ସମର୍ଥକମାନେ ସାମିଲ ହୋଇଥିଲେ। ସମସ୍ତେ ଏକତ୍ରିତ ହୋଇ ବିଜେପିର ଏହି ସଫଳତାକୁ ଉଲ୍ଲାସର ସହ ପାଳନ କରିଥିଲେ। ସାରା ଘଟଣାଟି ପୁରୁଷୋତ୍ତମପୁରରେ ବିଜେପି କର୍ମୀମାନଙ୍କ ଉତ୍ସାହ ଓ ଆତ୍ମବିଶ୍ୱାସକୁ ପ୍ରକାଶ କରିଥିବା ବେଳେ, ଆଗାମୀ ଦିନରେ ଏହି ଧାରା ଜାରି ରହିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।
7