ପାରାଦୀପ ଗଡ, 12/02/2025, ଉତ୍କଳ voice news - utkalvoicenews.com
ଇଣ୍ଡିଆନ୍ ଅଏଲ, ପାରାଦୀପ ରିଫାଇନେରୀ ତରଫରୁ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ରେ ଥିବା ୧୩ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର, ଛାତ୍ରୀ ଙ୍କୁ ପୋଷଣ ଯୁକ୍ତ ଉତ୍କୃଷ୍ଟ ମାନ ର ଖାଦ୍ୟ ପ୍ରଦାନ କରିଛନ୍ତି l
ତୈଳ ବିଶୋଧନାଗାର ର ସି.ଏସ୍.ଆର. ମୂଖ୍ୟ ବିଦ୍ୟୁତ୍ ରଞ୍ଜନ ସୁବୁଦ୍ଧି ଙ୍କ ନେତୃତ୍ଵ ରେ ଏକ ୧୦ ଜଣିଆ ଟିମ୍ ପଂଚାୟତ ର ବିଭିନ୍ନ ଗ୍ରାମ ରେ ଥିବା ୧୩ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର କୁ ସରପଞ୍ଚ ଶ୍ରୀମତି ସସ୍ମିତା ବେହେରା ଙ୍କ ତତ୍ୱାବଧନ ରେ ପରିଦର୍ଶନ କରି କୁନି କୁନି ପିଲା ମାନଙ୍କୁ ପୋଷଣ କିଟ୍ ବଣ୍ଟନ କରିଥିଲେ l
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁ ଚରଣ ସାହୁ, ସତ୍ୟ ନାରାୟଣ ମହାପାତ୍ର, ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମୋହରଥା, ରମେଶ ବେହେରା, ପ୍ରଭାତ ସାହୁ, ସନ୍ତୋଷ ଦୋରା, ସଂଯୁକ୍ତା ବେହେରା ପ୍ରମୁଖ ଯୋଗଦେଇଥିଲେ l