ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ସହରରେ ଖାଦ୍ୟ ଓ ପାଣିର ମାନ ଯାଞ୍ଚ ପାଇଁ ମିଳିତ ଚଢ଼ାଉ

ବୁଗୁଡ଼ା, 05/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ବୁଗୁଡ଼ା ତହସିଲଦାର ତାପସ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବୁଗୁଡ଼ା ପୋଲିସ ଆଇଆଇସି ସିତାଂଶୁ ଶେଖର ମାନ୍ଧାତା, ଭଞ୍ଜନଗର ଖାଦ୍ୟ ଯାଞ୍ଚ ପରିଦର୍ଶକ ଶୁଭ ରଞ୍ଜନ ମୁଦୁଲି ଓ ବୁଗୁଡ଼ା ମାର୍କେଟିଙ୍ଗ ମ୍ୟାନେଜର ବିବେକାନନ୍ଦ ମହାନ୍ତିଙ୍କ ମିଳିତ ଉଦ୍ୟମରେ ବୁଗୁଡ଼ା ସହର ସ୍ଥିତ ବିଭିନ୍ନ ଛୋଟ ବଡ଼ ବିଭିନ୍ନ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇ ଖାଦ୍ୟର ଗୁଣବତ୍ତା ଓ ରୋଷେଇ ଶାଳର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରାଯାଇଥିଲା। ଯାଞ୍ଚ ସମୟରେ ବ୍ୟବହାର ଅଯୋଗ୍ୟ ତଥା ନିମ୍ନମାନର ଖାଦ୍ୟ ସାମଗ୍ରୀକୁ ପ୍ରଶାସନ ପକ୍ଷରୁ ଜବତ କରାଯିବା ସହ ତତକ୍ଷଣାତ ନଷ୍ଟ କରିଦିଆଯାଇଥିଲା। ସେହିପରି ସହରରେ ଚାଲୁଥିବା ବିଭିନ୍ନ ପାନୀୟ ଜଳ ଫ୍ୟାକ୍ଟ୍ରି ଗୁଡ଼ିକର ମଧ୍ୟ ଯାଞ୍ଚ କରାଯାଇଥିଲା। ପାନୀୟ ଜଳର ନିର୍ଦ୍ଧାରିତ ମାନ ପୂରଣ କରୁନଥିବା ଏବଂ ସ୍ୱଚ୍ଛତା ବଜାୟ ରଖୁନଥିବା କିଛି ଫ୍ୟାକ୍ଟ୍ରିକୁ ବନ୍ଦ କରିଦିଆଯାଇଛି।
9