ପାରାଦୀପ ଗଡ, 05/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା: ୦୫.୦୫.୨୦୨୬ ରିଖ: ଜଗତସିଂହପୁର, କୁଜଙ୍ଗ ବ୍ଲକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ୱାର୍ଡ଼ ନମ୍ବର ୦୪ ର ତାଳଦଣ୍ଡା କେନାଲ ତଟ ଗୋଛାୟତ ସାହି ଗଡା ନିକଟରେ ପଞ୍ଚାୟତ ତରଫରୁ ଅତ୍ୟାଧୁନିକ ଗାଧୁଆ ତୁଠ କୁ ଆଜି ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଉଦ୍ଘାଟନ କରିଛନ୍ତି l ଉକ୍ତ ଗାଧୁଆ ତୁଠ ନିର୍ମାଣ ପାଇଁ ୱାର୍ଡ଼ ବାସୀ ଦୀର୍ଘ ଦିନ ହେବ ଦାବୀ କରି ଆସୁଥିଲେ, ଚଳିତ ବର୍ଷ ଉକ୍ତ ୱାର୍ଡ଼ ବାସୀ ଏହାର ନିର୍ମାଣ ପାଇଁ ସରପଞ୍ଚଙ୍କ ନିକଟରେ ଦାବୀ କରିବାରୁ ସରପଞ୍ଚ ତୁରନ୍ତ ଏହାର ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିବା ପରେ ଏହାର ନିର୍ମାଣ କାର୍ଯ୍ୟ ସରିବା ପରେ ଅଦ୍ୟ ଏହାର ଆନୁଷ୍ଠାନିକ ଭାବେ ଉଦଘାଟନ କରା ଯାଇଅଛି l
ଉକ୍ତ ଉଦ୍ଘାଟନ ଉତ୍ସଵ ରେ ଅନ୍ୟ ମାନଙ୍କ ମଧ୍ୟରେ ୱାର୍ଡ଼ ସଭ୍ୟା ଲିଲି ଗୋଛାୟତ, ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ଚୌଧୁରୀ, ଅଲେଖ ମହାରଥା, ରମେଶ ଚନ୍ଦ୍ର ବେହେରା, ଲୋପାମୁଦ୍ରା ଗୋଛାୟତ, ବାବୁଲି ଗୋଛାୟତ, ବାବୁଲି ଗୋଛାୟତ, ରବୀନ୍ଦ୍ର ଗୋଛାୟତ ପ୍ରମୁଖ ଯୋଗଦେଇ ସରପଞ୍ଚ ଙ୍କ ଏପରି ଜନ ହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ l