ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଘୁନନ୍ଦନ ଦାସ ହେଲେ ବିଜୁଜନତା ଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ

ବାଲିକୁଦା, 06/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*
Article Image
ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ବିଜୁଜନତା ଦଳର ଦୃଢ ସଂଗଠକ ଜନତା ଦଳ ରେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ପର ମୁହୂର୍ତ୍ତ ରେ ବିଜୁ ଜନତା ଦଳ ଗଠନ ସମୟ ରେ ଦଳର ପ୍ରତିଷ୍ଠାତା ସଦସ୍ୟ ରୂପେ ତାଙ୍କର ଭୂମିକା ଏରସମା ବ୍ଲକ ରେ ଅତ୍ୟନ୍ତ ଗୁରୁତ୍ୟୋ ପୂର୍ଣ୍ଣ ରହିଥିଲା |ସେ ଜଣେ ଅଣକଂଗ୍ରେସ ରାଜନୈତିକ ବିଚାର ଧାରା କୁ ନେଇ ସ୍ବର୍ଗତ ବିଷ୍ଣୁ ଦାସଙ୍କ ଜଣେ ଘନିଷ୍ଟ ସହଯୋଗୀ ଭାବେ କାର୍ଯ୍ୟ କରିଆସିଛନ୍ତି |ପର ମୁହୂର୍ତ୍ତରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ଜଳସମ୍ପଦ ବିଭାଗର ମନ୍ତ୍ରୀ ହୋଇପାରିଥିଲେ। ରଘୁନନ୍ଦନ ଦାସ ଙ୍କୁ ବିଜୁଜନତା ଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି।ରାଜ୍ୟ ବିଜୁଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ କମିଟି ଘୋଷଣା କରାଯାଇଥିଲା ।ଏହି ଘୋଷଣାରେ ବିଜୁଜନତା ଦଳର ରାଜ୍ୟ ସଂପାଦକ ଭାବେ ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ଦେଇଥିବାରୁ ଶ୍ରୀଯୁକ୍ତ ଦାସ ଅତ୍ୟନ୍ତ ଖୁସି ହେବା ସହିତ ବିଜୁଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ, ବାଲିକୁଦା ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି।ନିଜର ଦାଇତ୍ୱ ସଠିକ୍ ଭାବରେ ତୁଲାଇବା ସହିତ ଯୁବକମାନଙ୍କର ସମସ୍ୟା ଓ ଦଳର ସାଂଗଠନିକ କାର୍ଯ୍ୟ ଦକ୍ଷତା କିପରି ଆଗାମୀ ଦିନରେ ସୁଦୃଢ ହେବ ସେ ଦୀଗରେ କାମ କରିବେ ବେଲି ଶ୍ରୀଯୁକ୍ତ ଦାସ ପ୍ରକାଶ କରିଛନ୍ତି।ଏଇ ଭଳି ଗୁରୁ ଦାଇତ୍ୱ ପ୍ରଦାନ କରିଥିବାରୁ ଜଗସିଂହପୁର ଜିଲ୍ଲାର ସମସ୍ତ ଅଞ୍ଚଳ ବାସୀ ରଘୁନନ୍ଦନ ଦାସଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଶୁଭେଚ୍ଛା ଜଣେଇବା ସହିତ କୃତଜ୍ଞତା ଜ୍ଞାପନ କରୁଛନ୍ତି।
10