ବାଲିତୁଠ, 06/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

୫/୫(ଆ ପ୍ର): ଏରସମା ବ୍ଲକ୍ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନ ମଜୁରୀଆ।ଘରେ ପାଞ୍ଚ ପ୍ରାଣୀର କୁଟୁମ୍ବ। ପତ୍ନୀଙ୍କ ସହିତ ଦୁଇ ଝିଅ ଓ ଗୋଟିଏ ପୁଅ।ଆବାସ ଯୋଜନାରେ ଏପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳି ପାରୁନି।ତିନି ପିଲାଙ୍କର ରାସନ କାର୍ଡରେ ନାମ ସଂଯୋଗ ହୋଇ ପାରୁନଥିବାରୁ ପରିବାର ଚଳିବା କଷ୍ଟକର ହେଉଛି। ଏପରି ସ୍ଥଳେ ଏଠାରେ ଏକ ସମ୍ବେଦନଶୀଳ ଘଟଣା ଦେଖିଥିବାକୁ ମିଳିଛି।ପୁଅ କ୍ରୃଷ୍ଣଚନ୍ଦ୍ର ପାଣି (୧୦) ଜନ୍ମରୁ ଭିନ୍ନକ୍ଷମ।ଜନ୍ମର କିଛିଦିନ ପରେ ପୁଅଠାରେ କେତେକ ଅସ୍ବାଭାବିକତା ଜାଣିପାରି ତାକୁ କଟକ ଶିଶୁଭବନ,ବଡ ମେଡିକାଲ ଓ ଅନ୍ୟ କେତେକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଗଲା।ହେଲେ ପୁଅର ଅସ୍ବାଭାବିକତାରେ କୈାଣସି ସୁଧାର ଆସିଲା ନାହିଁ।ଡାକ୍ତର କହିଲେ ପୁଅ ଉଭୟ ମସ୍ତିଷ୍କ ଓ ହ୍ରୃଦ ରୋଗରେ ଆକ୍ରାନ୍ତ।ପରବର୍ତ୍ତୀ ସମୟରେ ଅର୍ଥାଭାବରୁ ପୁଅର ଆଉ ଚିକିତ୍ସା କରିପାରିଲେନି ସୁରେଶ।ପୁଅ ଚାଲିପାରୁ ନାହିଁ କିମ୍ବା କଥାକହି ପାରୁନାହିଁ।ଖୁଆଇ ଦେଲେ ଖାଉଛି।ବିଭିନ୍ନ ସମୟରେ ଗୁରୁଣ୍ଡି ଗୁରୁଣ୍ଡି ବାହାରକୁ ଚାଲିଯାଉଛି। ଯେଉଁଥିପାଇଁ ପୁଅର ଗୋଡ଼ରେ ଏକ ରସିବାନ୍ଧି ଘରଭିତରେ ରଖାଯାଉଛି।ଏ ସମ୍ପର୍କିତ ଖବରପାଇ ସାମାଜିକ କର୍ମୀ ପ୍ରକାଶ ପାଲ୍ ମଙ୍ଗଳବାର ଅପରାହ୍ନରେ ସୁରେଶଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶିଶୁଟିର ଚିକିତ୍ସା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି।ଏଥିସହିତ ନାୟବ ସରପଞ୍ଚ କାଳନ୍ଦୀ ସ୍ଵାଇଁ,ମନୋଜ କୁମାର ଖଟେଇ, ମନୋରଞ୍ଜନ ପଲ୍ଲାଇ,ସଞ୍ଜୟ କୁମାର ପଲ୍ଲାଇ ଓ ନିଲୁ ମଲ୍ଲିକ ପ୍ରମୁଖ ଗ୍ରାମବାସୀ ମାନେ ଅନୁରୂପ ଦାବି କରିବା ସହିତ କ୍ରୃଷ୍ଣ ର ସଠିକ ଚିକିତ୍ସା କରାଗଲେ ସେ' ଆରୋଗ୍ୟ ହୋଇପାରେ ବୋଲି କହିଛନ୍ତି।