ଏରସମା, 06/05/2026, ଉତ୍କଳ voice news - utkalvoicenews.com*( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :*

ଢ଼ିଙ୍କିଆ ଚାରିଦେଶରେ ମେଳିହେଲେ ଜାତୀୟ କଂଗ୍ରେସର ରାଜ୍ୟ ସ୍ତରୀୟ ନେତୃବୃନ୍ଦ। ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପରେ ବିସ୍ଥାପିତ ଓ ପ୍ରଭାବିତ ଗ୍ରାମବାସୀ ଙ୍କୁ ନ୍ୟାୟ ପ୍ରଦାନ ପ୍ରଦାନ ପାଇଁ ଆଜି ଜାତୀୟ କଂଗ୍ରେସ ତରଫରୁ ଢ଼ିଙ୍କିଆରୁ ରାଜଧାନୀ ଗାନ୍ଧୀପଥେ ନ୍ୟାୟଯାତ୍ରା ଢ଼ିଙ୍କିଆ ଗ୍ରାମର ଫୁଲଖାଇ ମନ୍ଦିର ପଦଯାତ୍ରା କୁ ଶୁଭରମ୍ଭ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ। ଧାନ, ପାନ, ମୀନକୁ ନେଇ ଗର୍ବ କରୁଥିବା ଢ଼ିଙ୍କିଆ ଚାରିଦେଶ ରେ ଜିନ୍ଦଲ କମ୍ପାନୀ ତାର ଆତଙ୍କରାଜ ଚଳାଇଥିବା ଅଭିଯୋଗ ଆଣିଛନ୍ତି ରାଜ୍ୟ ସ୍ତରୀୟ ଜାତୀୟ କଂଗ୍ରେସ ନେତୃବୃନ୍ଦ l ଏଠି ଜଙ୍ଗଲ ଜମି ର ଅପବ୍ୟବହାର କରାଯାଇଛି, ଏଠି ଜଙ୍ଗଲ କାଟି ବନ୍ୟଜନ୍ତୁ ଙ୍କୁ ମୃତ୍ୟୁ ମୁଖରେ ପକାଯାଉଛି, ସରକାର ବିକାଶ ର ନାରା ଦେଉଥିବା ବେଳେ ଢ଼ିଙ୍କିଆ ଚାରିଦେଶ ରେ ବିକାଶ ବଦଳରେ ବିନାଶ ଚାଲିଥିବା ନେଇ କହିଛନ୍ତି ବରିଷ୍ଠ ନେତା ସୁର ରାଉତରାୟ। ଆମେ ଶିଳ୍ପକୁ ସ୍ୱାଗତ କରୁଛୁ, କିନ୍ତୁ ଶିଳ୍ପର ଗୁଣ୍ଡାଗିରିକୁ ନୁହେଁ, ଢ଼ିଙ୍କିଆ ଚାରିଦେଶରେ ଜିନ୍ଦଲ ପ୍ରକଳ୍ପ ପାଇଁ ଅତୀତରେ ପୋଲିସ ଯେଉଁ ଲାଠିଚାର୍ଜ କରିଥିଲା ତାହାକୁ ଆଜି ବି ଢ଼ିଙ୍କିଆ ଚାରିଦେଶବାସି ଭୁଲିପାରୁନାହାନ୍ତି l ଜିନ୍ଦଲ କମ୍ପାନୀ ପାଇଁ ବିଗତ ବିଜେଡି ସରକାର ଯେଉଁଭଳି ଢ଼ିଙ୍କିଆ ଚାରିଦେଶ ବାସିନ୍ଦାଙ୍କ ସହିତ ଖେଳ ଖେଳିଥିଲା ଠିକ ସେହିଭଳି ବର୍ତ୍ତମାନର ବିଜେପି ସରକାର ସମାନ ନୀତି ଆପଣାଇଛନ୍ତି ।ସମଗ୍ର ଓଡିଶାର ଯେଉଁ ସ୍ଥାନରେ ପ୍ରକଳ୍ପ ନିର୍ମାଣ ହେଉଛି,ସେହି ସ୍ଥାନରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି । ଜାତୀୟ କଂଗ୍ରେସ ଶିଳ୍ପ ନାମରେ ସାଧାରଣ ଜନତାଙ୍କୁ ଶୋଷଣର ପ୍ରତିବାଦ କରି ଆଜିଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଗାନ୍ଧୀପଥେ ନ୍ୟାୟଯାତ୍ରା ଢ଼ିଙ୍କିଆ ଚାରିଦେଶରୁ ଆରମ୍ଭ ହୋଇଛି l ଆସନ୍ତା ୧୪ ତାରିଖ ରାଜଧାନୀରେ ରାଜ୍ୟର କୋଣ ଅନୁକୋଣ ରୁ ଶିଳ୍ପ ଦ୍ୱାରା ପ୍ରତାରିତ ଅଞ୍ଚଳ ବାସି ଯୋଗଦେବା ସହିତ ଜାତୀୟ କଂଗ୍ରେସ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯିବ ।ଏହି ଦାବିକୁ ରାଜ୍ୟ ସରକାର ଯଦି ପାଳନ କରିବାରେ ବିଳମ୍ବ କରିବେ ତେବେ ଆଗାମୀ ଦିନରେ ଜାତୀୟ କଂଗ୍ରେସ ରାଜରାସ୍ତା କୁ ଓହ୍ଲାଇ ଶିଳ୍ପ ଦ୍ୱାରା ପ୍ରତାରିତ ଅଞ୍ଚଳବାସୀ ଙ୍କ ପାଇଁ ସ୍ୱର ଉତ୍ତୋଳନ କରିବ। ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ ସ୍ୱାଇଁ,ରାଜ୍ୟ ମହିଳା ସଭାପତି ମିନାକ୍ଷୀ ବାହିନୀପତିଙ୍କ ସମେତ ଢିଙ୍କିଆ ଚାରି ଦେଶର ହଜାର ହଜାର ସଂଖ୍ୟାରେ ବିସ୍ଥାପିତ ଗ୍ରାମବାସୀ ମାନେ ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ।
