ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

ବୁଗୁଡ଼ା, 06/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମରେ ଅଧିଷ୍ଠିତ ମା ଠାକୁରାଣୀ ଙ୍କ ଯାତ୍ରା ନିମନ୍ତେ ଆଜି ଶୁଭ ଖୁଣ୍ଟି ସ୍ଥାପନ ହୋଇଛି। ଗ୍ରାମ୍ୟ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବାରିକ ଓ ସମ୍ପାଦକ ମିଥୁନ ବାରିକଙ୍କ ତତ୍ତ୍ୱାବଧାନରେ ସୂର୍ଯ୍ୟନାରାୟଣ ଦାସ ପୂଜକ ରୂପେ ଯୋଗଦେଇଥିବା ବେଳେ ରାମଚନ୍ଦ୍ର ଖଣ୍ଡାଇ କର୍ତ୍ତା ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ପ୍ରଥମେ ବୈଦିକ ରୀତିନୀତି ଅନୁସାରେ ମା ଠାକୁରାଣୀଙ୍କୁ ପୂଜାର୍ଚନା କରି ମା ଙ୍କ ଆଜ୍ଞା ମାଳ ନେଇ ଶୁଭ ଖୁଣ୍ଟିକୁ ପୂଜାର୍ଚ୍ଚନା କରି ଗ୍ରାମର ମଝିଦାଣ୍ଡରେ ସ୍ଥାପନ କରାଯାଇଥିଲା ।ପ୍ରତି ବର୍ଷ ଭଳି ଚଳିତ ବର୍ଷ ତା ୧୫/୦୫/୨୦୨୬ରିଖ ବୃଷ ସଂକ୍ରାନ୍ତି ଦିନ ମା ଠାକୁରାଣୀ ମନ୍ଦିର ଭିତରୁ ବାହାରି ବିଭିନ୍ନ ପଟୁଆର ରେ ଗ୍ରାମ ଭ୍ରମଣ କରି ଅସ୍ଥାୟୀ ମଣ୍ଡପ ରେ ଭକ୍ତଙ୍କୁ ଦର୍ଶନ ଦେବାସହ ତା ୧୬/୦୫/୨୦୨୬ରିଖ ଦିନ ଯାତ୍ରା ଉପଲକ୍ଷେ ମହାନ୍ ପୌରାଣିକ ନାଟକ ମହାଭାରତ ଅନୁଷ୍ଠିତ ହେବ ।ଆଜିର କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ପରିଚାଳନା କମିଟି ସଭ୍ୟ, ମା ଠାକୁରାଣୀ ଯୁବକ ସଙ୍ଘ ର ସମସ୍ତ ସଭ୍ୟ ଓ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Article Image
17