ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁକୁଡାଖଣ୍ଡି ବିଜେପି ମଣ୍ଡଳ କାର୍ଯ୍ଯାଳୟରେ ବିଜୟ ଉତ୍ସବ ପାଳନ।

ଗଞ୍ଜାମ, 06/05/2026, ଉତ୍କଳ voice news - utkalvoicenews.comକୁକୁଡାଖଣ୍ଡି ୬/୦୫/୨୬ ତିନି
Article Image
ରାଜ୍ୟରେବିଧାନସଭା ନିର୍ବାଚନରେ ବିଜେପି ଦଳର ବିଜୟ ହୋଇଛି । ଏହି ବିଜୟରେ ବିଜେପି ବାଲିପଡା ମଣ୍ଡଳ ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଛି । ବିଜେପି ଦଳର ବରିଷ୍ଠ ନେତା ରାମପ୍ରସାଦ ସାମଲଙ୍କ ସହିତ ଶତାଧିକ ବିଜେପିକର୍ମୀଙ୍କ ଗହଣରେ ବିଜୟ ଉତ୍ସବ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କୁକୁଡାଖଣ୍ଡି ବ୍ଳକର ମଣ୍ଡଳର ବିଜେପି କାର୍ଯ୍ଯାଳୟଠାରେ ଏହି ବିଜୟ ଉତ୍ସବ ପାଳନ ହୋଇଥିଲା ।ବିଜେପିର ମଣ୍ଡଳ ସଭାପତି ଲଳିତ ମୋହନ ବିଷୋୟୀଙ୍କ ନେତୃତ୍ବରେ ଏକ ବିରାଟ ବାଇକ ରାଲି ହୋଇଥିଲା । ଏଥିରେ ବରିଷ୍ଠ ନେତା ରାମ ପ୍ରସାଦ ସାମଲ, ସାସଂଦ ପ୍ରତିନିଧି ସନ୍ତୋଷ ଚୌଧୁରୀ,ଏ ନନ୍ଦକିଶୋର, କେ ବିକ୍ରମ, ପି ଶିବାନନ୍ଦ, ଏ ଗୋବିନ୍ଦ, ରଘୁ ଭାଇ, କୋରା ଗୌଡ, ଫିରୋଜ ଭାଇ, ମଧୁ ସେଠୀ, ନିଲେଶ ଦଳେଇ, ଗୋବିନ୍ଦ ବିଷୋୟୀ, କାଳୁଚରଣ ବେହେରା, ସନ୍ତୋଷ ଗୌଡ, ଜିତେନ୍ଦ୍ର ସେଠି,ଶଙ୍କରଶଣ ଜେନା,ଅଶୋକ ମହାରଣା, ଚନ୍ଦନ ମହାରଣା, ଗୌତମ ମହାରଣା,ମିଟୁ ମହାରଣା,ସୁଶାନ୍ତ ସାହୁ,କୋଟି ଲକ୍ଷ୍ମୀ ନାରାୟଣ ପ୍ରମୁଖ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ। ସମସ୍ତ କର୍ମୀ ବାଣ ଫୁଟାଇ ବିଜୟ ଧ୍ବଜା ଉଡାଇଲା ବେଳେ ମିଠାଇ ବଣ୍ଟନ କରି ବାଜା ବଜାଇ ନାଚଗୀତ କରି ବେଶ ଧୁମଧାମରେ ଏହି ବିଜୟ ଉତ୍ସବ ପାଳନ କରିଥିଲେ।
16