ପାରାଦ୍ୱୀପ , 07/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :

ପାରାଦ୍ୱୀପର ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଭାବରେ ପୁନଃ ମନୋନିତ ହୋଇଛନ୍ତି। ବିଜେଡ଼ି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ , କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ କୁଜଙ୍ଗ, ପାରାଦ୍ୱୀପ ଅଞ୍ଚଳରେ ବିଜେଡିର ଜଣେ ଛାମୁଆ ସଂଗଠନ ଭାବେ ବେଶ୍ ପରିଚିତ। ବିଜେଡ଼ି ପକ୍ଷରୁ ରାଜ୍ୟର ରକ୍ତ ସଂକଟ ଦୂର କରିବା ପାଇଁ ସାରା ରାଜ୍ୟରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ହୋଇଥବା ବେଳେ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରରେ ୫୦୦୦ ରୁ ଉର୍ଦ୍ଧ ୟୁନିଟ୍ ରୁ ଅଧିକ ରକ୍ତ ସଂଗ୍ରହ କରି ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ସେ ଏକାଧିକ ସଂଗଠନର ମୁଖ୍ୟ ଭାବରେ କାର୍ଯ୍ୟ କରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯାହା ଫଳରେ ଆଜି ଶହ ଶହ ଲୋକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି , କୁଜଙ୍ଗ ମାଟିର ପୁଅ ଭାବରେ ପୁନଃ ବିଜେଡ଼ିର ରାଜ୍ୟ ସମ୍ପାଦକ ଭାବରେ ବିବେଚିତ ହୋଇଥିବାରୁ ଆଜି ପାରାଦ୍ୱୀପ ଓ କୁଜଙ୍ଗ ଅଞ୍ଚଳର ଯୁବକ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇବା ସହିତ ଢେର୍ ସାରା ଜିନ୍ଦାବାଦ୍ କରିଛନ୍ତି।