ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୬ ମିଲିୟନ ଟନ ଖଣି ସମ୍ପ୍ରସାରଣଙ୍କୁ ଅଞ୍ଚଳବାସୀ ଙ୍କ ଘୋର ବିରୋଧ,omc ଅଫିସ ଘେରାଉ ଜନ ଆନ୍ଦଳନ ରେ କମ୍ପିଲା ଲଷ୍ମୀପୂର

କାଶୀପୁର / ଲଷ୍ମୀପୂର , 07/05/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
କୋଡୀଙ୍ଗାମାଳି ଖଣି ଖନନକୁ କେନ୍ଦ୍ର କରି ପୁଣିଥରେ ତେଜିଛି ଜନଆନ୍ଦୋଳନ। କୋଡୀଙ୍ଗାମାଳି ପ୍ରଭାବିତ ଅଞ୍ଚଳବାସୀ ଆଜି ଲକ୍ଷ୍ମୀପୁର ସ୍ଥିତ OMC ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। “କୋଡୀଙ୍ଗାମାଳି ଖଣି ଖନନ ବନ୍ଦ କର”, “୬ ମିଲିୟନ ଟନ ସମ୍ପ୍ରସାରଣ ବନ୍ଦ କର” ଓ “ଜନଶୁଣାଣୀ ବାତିଲ କର” ଭଳି ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା। ଏହି ଜନଆନ୍ଦୋଳନରେ ପ୍ରାୟ ୧୫୦୦ରୁ ଅଧିକ ଆଧିବାସୀ ପୁରୁଷ ଓ ମହିଳା ଯୋଗଦେଇଥିବା ଦେଖିବାକୁ ମିଳିଥିଲା। ହାତରେ ବ୍ୟାନର, ପ୍ଲାକାର୍ଡ  ଧରି ଅଞ୍ଚଳବାସୀ ତାଙ୍କ ଦାବିକୁ ଜୋରଦାର ଭାବେ ଉପସ୍ଥାପନ କରିଥିଲେ। କମ୍ପାନୀ ନାହିଁ ତ ଖଣି ନାହିଁ ଏହି ପ୍ରସଙ୍ଗ କୁ ଅଞ୍ଚଳ ବାସୀ ଥିବ୍ର ନାରା ବାଜି ଦେଇଥିଲେ,ପାହାଡ଼, ଜଙ୍ଗଲ, ଜଳ ଓ ଜମିକୁ ସୁରକ୍ଷା ଦେବା ସହ ସ୍ଥାନୀୟ ଲୋକଙ୍କ ଜୀବିକା ଓ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ସତର୍କ କରିଥିଲେ।
Article Image
ଅଞ୍ଚଳବାସୀ ସ୍ପଷ୍ଟ କରିଦେଇଛନ୍ତି ଯେ, ଯଦି ଜନମତକୁ ଅଣଦେଖା କରି ଜବରଦସ୍ତି ଜନଶୁଣାଣୀ କରାଯାଏ କିମ୍ବା ଖଣି ସମ୍ପ୍ରସାରଣ ଆଗେଇ ନିଆଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ରୂପ ନେବ। କୋଡୀଙ୍ଗାମାଳି ପାହାଡ଼ ଓ ଆଦିବାସୀ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି କୋଡୀଙ୍ଗା ମାଳି ପ୍ରଭାବିତ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
6