ଏରସମା, 07/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
୦୭/୦୫,ଏରସମା ବ୍ଲକ ପଞ୍ଚାୟତ ସମିତି ସମ୍ମୁଖରେ ଭାରତୀୟ ଜନତା ପାର୍ଟୀ ତରଫରୁ ଜନ-ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଅଛି।ଦେଶରେ ନାରୀ ଶକ୍ତିକୁ ସମୃଦ୍ଧ କରିବା ସପକ୍ଷରେ ୩୩ ଭାଗ ସଂରକ୍ଷଣ ପ୍ରସ୍ତାବ ଆସିବା ପରେ କଂଗ୍ରେସ ଦଳ ଘୋର ବିରୋଧ କରିବାରୁ ଗୁରୁବାର ଅପରାହ୍ନରେ ଏରସମା ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ।ଉକ୍ତ ପଦଯାତ୍ରାରେ ଜଗତସିଂହପୁର ସାଂସଦ ଙ୍କ ପ୍ରତିନିଧି ଜଟାଧାରୀ ସ୍ୱାଇଁ,ଓବିସି ମୋର୍ଚ୍ଚା ଉପ ସଭାପତି ନୃସିଂହ ସାହୁ,କୋଷାଧକ୍ଷ ନିର୍ଲିପ୍ତ ଜେନା,ମଣ୍ଡଳ ସଭାପତି ଅମରେନ୍ଦ୍ର ଦଳାଇ,ବନ୍ଦନା ଭୁଇଁଆ, ଅଜୟ କୁମାର ଲେଙ୍କା, ସଞ୍ଜୟ ପରିଡା ନେତୃତ୍ୱ ନେଇଥିବା ବେଳେ ସଚଳା ସ୍ୱାଇଁ, ପିତେଇ ପଣ୍ଡା, ସୁନ୍ଦରୀ ଓଝା, ଲିଲି ଭୋଳ, ପ୍ରେମଲତା ରାଉତ ପ୍ରମୁଖ ଶତାଧିକ ମହିଳା ସାମିଲ ଥିଲେ।