ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କବି କବିତା ଓ କାବ୍ୟଭୂମି ଉଦଘାତିତ। ମାନସିଂହ ସାହିତ୍ୟ ସଂସଦର କବିତା କର୍ମଶାଳା ଓ ମାନସିଂହ ସାହିତ୍ୟ ସଂସଦର 65 ତମ କବିତା ଆସର ଅନୁଷ୍ଠିତ l

ପୁରୀ , 08/05/2026, ଉତ୍କଳ voice news - utkalvoicenews.com
Article Image
ସମକାଳୀନ କବିତା ବାସ୍ତବତା, ସତ୍ୟ ଓ ସ୍ବାଧିନ ଚିନ୍ତନଙ୍କୁ ଗ୍ରହଣ କରି ପ୍ରକାଶ ପାଇବା ଉଚିତ୍ ବୋଲି ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା ଦ୍ବାରା ପୁରୀର ସଂସ୍କୃତ ଭବନରେ ଆୟୋଜିତ ସାରସ୍ବତ ସମାରୋହରେ ବିଶିଷ୍ଟ ବକ୍ତାମାନେ ମତ୍ତ ପ୍ରକାଶ କରିଛନ୍ତି। କବି କବିତା ଓ କାବ୍ୟଭୂମି ଶୀର୍ଷକରେ ଏକ ଏକ ଦିବସୀୟ କବିକର୍ମଶାଳା ଓ କବିତା ପାଠୋତ୍ସବରେ ପୁରୀ ଠାରେ ରାଜ୍ୟର ଶତାଧିକ ଯୁବକବି ମାନଙ୍କ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ମହାନ୍ତି ଯୁବ କବି ମାନଙ୍କୁ ସତ୍ୟନିଷ୍ଠ ଭିତରେ କବିତା ଲେଖିବାକୁ ଆହ୍ୱାନ କରିଛନ୍ତି । ବିଷ୍ଣୁପ୍ରସାଦ ଦଳେଇଙ୍କ ପୌରହିତ୍ୟି ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡକ୍ଟର ଦିଲ୍ଲୀପ କୁମାର ସ୍ବାଇଁ , ଚଣ୍ଡେଶ୍ଵର ମହାପାତ୍ର , ପ୍ରଫେସର ସରୋଜିନୀ ବରାଇ , ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ , ଅଧ୍ୟାପକ ସତ୍ୟନାରାୟଣ ଦଳାଇ ଅଦି ବକ୍ତାମାନେ ଯୋଗ ଦେଇ ଓଡ଼ିଆ କାବ୍ୟ ପରମ୍ପରା ସହିତ ସମକାଳୀନ କବିମାନେ ପରିଚିତ ହୋଇ କବିତା ରଚନା କ୍ଷେତ୍ରରେ ନିଜସ୍ୱ ପରିଚୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନିଜ ପରମ୍ପରା ସଂସ୍କୃତି ଓ ମାନବୀୟ ସଂଘର୍ଷକୁ କବିତାରେ ରୁପ ଦେଲେ ତାହା ଅଧିକ ପ୍ରାଣବନ୍ତ ହେଇଥାଏ ବୋଲି ବକ୍ତାମାନେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ କବି ମାନଙ୍କ ଦ୍ଵାରା କବିତା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କବି ଶିବାନୀ ଜେନା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ଏହାକୁ ସଂଯୋଜନା କରିଥିବା ବେଳେ କାବ୍ୟ ଅତିଥି ରୂପେ ଇଂ ମୀନକେତନ ମିଶ୍ର, ସନ୍ୟାସୀ ନାୟକ, କାମଦେବ ମହାରଣା, ଶ୍ୱେତା ରାଉତ, ଦେବରାଜ ଜେନା ପ୍ରମୁଖ ସୁରଚିତ କବିତା ପାଠ କରିବା ସହିତ ସମକାଳୀନ କବିତା ସମ୍ପର୍କରେ ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ। ମାନସିଂହ ସାହିତ୍ୟ ତରଫରୁ ଉଦୟମାନ ଲେଖକ ଭାବରେ ଗୌରପ୍ରିୟା ଦାଶ, ଶିବାନୀ ଜେନା, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ, ଐଶ୍ୱର୍ଯ୍ୟl ମିଶ୍ର, ଚିନ୍ମୟୀ ପ୍ରଧାନ, ସୀମା ସ୍ୱାଇଁ, ଡ଼ ନକୁଳ ସାହୁ,ତୁଳସୀରାମ ମେହେର, ସୌମ୍ୟ ରଞ୍ଜନ ମଲ୍ଲିକ, ରାଜକିଶୋର ନାୟକ, ସମୀର ନାୟକଙ୍କୁ ମାନପତ୍ର ଓ ଉତ୍ତରୀୟ ସହିତ ସମ୍ଵର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିବା ବେଳେ ପ୍ରିୟଦର୍ଶିନୀ ସାହୁ, ରାଧାମୋହନ ପୂଜାହାରି, ଗଗନ ପ୍ରଧାନ, ମନୋଜ ବାରିକ, ସୁମନ୍ତ ସ୍ୱାଇଁ, କଲ୍ୟାଣ ସ୍ୱାଇଁ ଆଦି ସହଯୋଗ କରିଥିଲେ।ମାନସିଂହ ସାହିତ୍ୟ ସଂସଦ ପ୍ରତିବର୍ଷ ଗ୍ରୀଷ୍ମ ଅବସରରେ ପୁରୀ ଠାରେ ଯୁବ ଲେଖକ ସମ୍ମିଳନୀରେ ଏହାର ସମସ୍ତ ଦାୟିତ୍ୱ ପ୍ରତିପାଦାନ କରିବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଘୋଷଣା କରିଥିଲେ।
6