ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରୋଜେକ୍ଟ “କୌଶଳ 2.0” ଶୁଭାରମ୍ଭ : ସ୍ଥାନୀୟ ଯୁବକ ଯୁବତୀଙ୍କୁ କୌଶଳମୂଳକ ପ୍ରଶିକ୍ଷଣ ଓ ରୋଜଗାର ସୁଯୋଗ ଦେବ ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପ

କାଶୀପୁର, 08/05/2026, ଉତ୍କଳ voice news - utkalvoicenews.com*( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :*
Article Image
- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କଂସାରୀଗୁଡାସ୍ଥିତ ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପ ପକ୍ଷରୁ ସ୍ଥାନୀୟ ଯୁବକ ଯୁବତୀଙ୍କ କୌଶଳ ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ଉଦ୍ଦେଶ୍ୟରେ ଏହାର ପ୍ରମୁଖ ସିଏସଆର (CSR) ପଦକ୍ଷେପ “ପ୍ରୋଜେକ୍ଟ କୌଶଳ 2.0”ର ଶୁଭାରମ୍ଭ ସଫଳତାର ସହ ହୋଇଯାଇଛି। ଏହି ଅବସରରେ ଦ୍ୱିତୀୟ ବ୍ୟାଚ୍‌ର ITI ପ୍ରଶିକ୍ଷୁ ଏବଂ ପ୍ରଥମ ବ୍ୟାଚ୍‌ର ଡିପ୍ଲୋମା ପ୍ରଶିକ୍ଷୁମାନଙ୍କ ପାଇଁ ଅନ୍‌ବୋର୍ଡିଂ କାର୍ଯ୍ୟକ୍ରମ ପ୍ରକଳ୍ପ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ କାଶୀପୁର ଓ ଲକ୍ଷ୍ମୀପୁର ଅଞ୍ଚଳରୁ ୭୦୦ରୁ ଅଧିକ ସ୍ଥାନୀୟ ଲୋକ, ଜନପ୍ରତିନିଧି, ବୁଦ୍ଧିଜୀବୀ, ଯୁବକ ଯୁବତୀ ଓ ଅଭିଭାବକମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରକଳ୍ପର ୟୁନିଟ୍ ହେଡ୍ ଓ ପ୍ରେସିଡେଣ୍ଟ ଡ଼ା. ମଜହର ବେଗ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଶ୍ରୀ ବାସୁଦେବ ଖୁଣ୍ଟିଆ (ହେଡ୍ F&C), ଶ୍ରୀ ରମେଶ ଚନ୍ଦ୍ର ଦୁବ୍ବାଡା (ହେଡ୍ କନ୍ଷ୍ଟ୍ରକ୍ସନ), ବ୍ରିଗେଡିଅର ପ୍ରତାପ ପାଢ଼ୀ (ହେଡ୍ ଆଡମିନ୍ ଏବଂ ସିକ୍ୟୁରିଟି), ଶ୍ରୀ ମୃତ୍ୟୁଞ୍ଜୟ ଲେଙ୍କା (ହେଡ୍ ମାଇନ୍ସ – ବକ୍ସାଇଟ୍ କୋ-ଅର୍ଡିନେସନ), ଶ୍ରୀ ଦୀପକ ମହାନ୍ତି (ହେଡ୍ HR, IR & CSR) ଓ ଶ୍ରୀ ତନ୍ମୟ ମହାନ୍ତି (ଡିପାର୍ଟମେଣ୍ଟ ହେଡ୍ CSR & R&R) ଉପସ୍ଥିତ ଥିଲେ।
Article Image
“ପ୍ରୋଜେକ୍ଟ କୌଶଳ 2.0” ଅଧୀନରେ ସ୍ଥାନୀୟ ଯୁବମାନଙ୍କୁ ଦ୍ୱିତୀୟ ବ୍ୟାଚ୍‌ରେ ସାମିଲ କରାଯାଇ KIIT, ଭୁବନେଶ୍ୱରରେ ITI ପ୍ରଶିକ୍ଷଣ ପାଇଁ ପଠାଯିବ। ସେହିପରି ପ୍ରଥମ ବ୍ୟାଚ୍‌ର ଡିପ୍ଲୋମା ପ୍ରଶିକ୍ଷୁମାନଙ୍କୁ CV Raman Global University, ଭୁବନେଶ୍ୱରରେ ଭର୍ତ୍ତି କରାଯିବ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଯୁବମାନଙ୍କୁ ଶିଳ୍ପ ଉପଯୋଗୀ କୌଶଳ ପ୍ରଦାନ କରି ସେମାନଙ୍କର ଜୀବିକା ଓ ରୋଜଗାର ସୁଯୋଗକୁ ସୁଦୃଢ କରିବା। ଏହି ପ୍ରକଳ୍ପର ପୂର୍ବ ସଫଳତାକୁ ଅଗ୍ରସର କରି ପ୍ରଥମ ITI ବ୍ୟାଚ୍‌ର ୪୬ ଜଣ ଛାତ୍ର ବର୍ତ୍ତମାନ ପ୍ରଶିକ୍ଷଣ ନେଉଥିବା ବେଳେ ୯୦ ଜଣ ସ୍ଥାନୀୟ ଯୁବତୀ ABLBL, ଭୁବନେଶ୍ୱରରେ ଆପାରେଲ୍ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଆଗାମୀ ଦିନରେ ଫୁଲଝୋବାରେ ଆରମ୍ଭ ହେବାକୁ ଥିବା ଆପାରେଲ୍ ୟୁନିଟ୍ ପାଇଁ ସେମାନଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରସ୍ତୁତ କରାଯାଉଛି।
Article Image
ସଭାକୁ ସମ୍ବୋଧିତ କରି ଡ଼ା. ମଜହର ବେଗ କହିଥିଲେ, “ପ୍ରୋଜେକ୍ଟ କୌଶଳ 2.0 ମାଧ୍ୟମରେ ଆମେ ସ୍ଥାନୀୟ ଯୁବମାନଙ୍କୁ ସଂଗଠିତ କୌଶଳ ବିକାଶ ଓ ଶିଳ୍ପମୁଖୀ ପ୍ରଶିକ୍ଷଣ ଯୋଗାଇ ସେମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବାକୁ ପ୍ରତିବଦ୍ଧ। ଏହା ଅଞ୍ଚଳର ସାମଗ୍ରିକ ବିକାଶରେ ସହାୟକ ହେବ।” ସେ ଆହୁରି କହିଥିଲେ ଯେ, ସ୍ଥାନୀୟ ଯୁବମାନଙ୍କ ପାଇଁ ଦୀର୍ଘମିଆଦି କ୍ୟାରିୟର ସୁଯୋଗ ବୃଦ୍ଧି କରିବାକୁ ଡିପ୍ଲୋମା ପ୍ରଶିକ୍ଷଣକୁ ମଧ୍ୟ ଏହି ପ୍ରକଳ୍ପରେ ସାମିଲ କରାଯାଇଛି। ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ବ୍ୟାପକ ଭାବେ ସ୍ୱାଗତ କରିଥିଲେ। ଉପକୃତ ଯୁବକ ଯୁବତୀ ଓ ଅଭିଭାବକମାନେ କମ୍ପାନୀର CSR କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଏହା ଅଞ୍ଚଳର ଜୀବିକା ଓ ଭବିଷ୍ୟତ ଗଠନରେ ସକାରାତ୍ମକ ପରିବର୍ତ୍ତନ ଆଣୁଥିବା କହିଥିଲେ।
Article Image
କଂସାରୀଗୁଡାର ITI ଆଶାୟୀ ରସ୍ମିତା ଝୋଡ଼ିଆ କମ୍ପାନୀ ପକ୍ଷରୁ ମିଳୁଥିବା ପ୍ରଶିକ୍ଷଣ ସହଯୋଗ ପାଇଁ ପ୍ରଶଂସା କରିଥିଲେ। ସେହିପରି ବିରିଗୁଡା କଲୋନୀର ପୂର୍ଣ୍ଣଚନ୍ଦ୍ର ମାଣ୍ଡିଙ୍ଗା ତାଙ୍କ ପୁଅଙ୍କୁ ମିଳିଥିବା ସୁଯୋଗ ପାଇଁ କୃତଜ୍ଞତା ଜଣାଇ କମ୍ପାନୀର ନିରନ୍ତର CSR ପଦକ୍ଷେପକୁ ପ୍ରଶଂସା କରିଥିଲେ। “ପ୍ରୋଜେକ୍ଟ କୌଶଳ 2.0” ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପର ସମାବେଶୀ ବିକାଶ, ଯୁବ ସଶକ୍ତିକରଣ ଓ ସ୍ଥାୟୀ ସାମାଜିକ ଉନ୍ନତି ପ୍ରତି ଅଟୁଟ ପ୍ରତିବଦ୍ଧତାର ଏକ ଉତ୍କୃଷ୍ଟ  ମିଳିଥିଲା |
7