ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ପିପୁଲ୍ସ କଲେଜରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

ବୁଗୁଡ଼ା, 08/05/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ସ୍ଥାନୀୟ ପିପୁଲ୍ସ କଲେଜରେ ଯୁବ ରେଡକ୍ରସ ୟୁନିଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ ଏବଂ ରେଡ୍ କ୍ରିସେଣ୍ଟ ଦିବସ ପାଳିତ ହୋଇଯାଇଛି।ଏହି ସଭାରେ କଲେଜର ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ ପ୍ରାରମ୍ଭିକ ଭାଷଣରେ ସ୍ୱେଚ୍ଛାସେବୀଙ୍କୁ ବିଶ୍ଵ ରେଡକ୍ରସ ଦିବସର ମହତ୍ତ୍ୱ ବୁଝାଇବା ସହ ନିଃସ୍ୱାର୍ଥପର ସେବା ପ୍ରଦାନ କରିବାକୁ ଉତ୍ସାହିତ କରିଥିଲେ।ଏହି ସଭାରେ ରାଜନୀତି ବିଜ୍ଞାନ ଅଧ୍ୟାପକ ଲୋକନାଥ ବେହେରା ଅତିଥି ଭାବରେ ଯୋଗଦେଇ ବିଶ୍ଵ ରେଡକ୍ରସ ଦିବସ ପାଳନର ମୌଳିକ ଆଦର୍ଶ ଏବଂ ଆବଶ୍ୟକତା ବିଷୟରେ ସେଚ୍ଛାସେବୀଙ୍କୁ ଅବଗତ କରାଇଥିଲେ।ଯୁବ ରେଡକ୍ରସର ଉପଦେଷ୍ଟା ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଉନାଣ୍ଟଙ୍କ ଜୀବନୀ,ଆଦର୍ଶ ଏବଂ ଯୁଦ୍ଧରେ ପୀଡ଼ିତଙ୍କ ପ୍ରତି ତାଙ୍କର ଅବଦାନ ବଖାଣିବା ସହ ରେଡକ୍ରସର ସୃଷ୍ଟି ଏବଂ ମୌଳିକ ଆଦର୍ଶ ବିଷୟରେ ଅବଗତ କରାଇଥିଲେ । ଉକ୍ତ ସଭାରେ ଅତିଥି ବୃନ୍ଦ ସେଚ୍ଛାସେବୀଙ୍କୁ ବିଶ୍ୱର ବିଭିନ୍ନ ସଙ୍କଟ,ଯୁଦ୍ଧ,ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ନିଃସ୍ଵାର୍ଥପର ସେବା ଯୋଗାଇଦେବେ ନିମନ୍ତେ ଆହ୍ୱାନ ଦେଇଥିଲେ। ପରିଶେଷରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଶ୍ରଦ୍ଧାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Article Image
17