ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡିଶା ପାଇପ ଜଳ କର୍ମଚାରୀ ସଂଘର ପ୍ରେସ ବାର୍ତ୍ତା ।

ଗଞ୍ଜାମ, 08/05/2026, ଉତ୍କଳ voice news - utkalvoicenews.comମଇ୨୦ରେ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ ।
Article Image
ବ୍ରହ୍ମପୁର ୮/୫/୨୬; ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ଥିବା ଓ୍ବାଟକ ଉପଖଣ୍ଡର ସଭାଗୃହ ପରିସରରେ ଓଡ଼ିଶା ପାଇପ୍ ଜଳ କର୍ମଚାରୀ ସଂଘର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆଜି ସଂଘ ତରଫରୁ ହୋଇଥିବା ସାଧାରଣ ସଭା ତଥା ସାମ୍ବାଦିକ ସମ୍ମିଳନୀ ପରିପ୍ରେକ୍ଷୀରେ ସଭାପତି କ୍ଷୀରୋଦ ବେଉରାଙ୍କ ସଭାପତିତ୍ବରେ ସାଧାରଣ ସମ୍ପାଦକ ଡ଼ମ୍ବରୁଧର ସାହୁ, ଉପାଧ୍ୟକ୍ଷ ଡଃ. ମନୋଜ କୁମାର ମହାନ୍ତି , ସମ୍ମାନୀୟ ସଭାପତି ରବି କୁମାର ପାଣିଗ୍ରାହୀ, ବ୍ରହ୍ମପୁର ଖଣ୍ଡ ସମ୍ପାଦକ ବି. ହରିକୃଷ୍ଣ ପାତ୍ର, ଶାଖା ସମ୍ପାଦକ ଚନ୍ଦ୍ରମାଧବ ମାଝୀ, କୋଷାଧ୍ୟକ୍ଷ ଜଗନ୍ନାଥ ପାତ୍ର, ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ବାଳକୃଷ୍ଣ ଚୌଧୁରୀ ଓ ପିଣ୍ଡୁ ଦାସ ପ୍ରମୁଖ ଉପସ୍ଥିତରେ ବହୁ ଜଳଯୋଗାଣ କର୍ମଚାରୀ ଯୋଗ ଦେଇଥିଲେ । କର୍ମଚାରୀଙ୍କ ବିଭିନ୍ନ ପ୍ରକାର ଅଭାବ ଅସୁବିଧା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । କର୍ମଚାରୀମାନଙ୍କ ପ୍ରତି ସରକାରଙ୍କ ଟାଳଟୁଳ ନୀତିକୁ ନେଇ ସମୁହ କାର୍ଯ୍ଯବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି । ସଂଘ ତରଫରୁ ଏନେଇ ଏକ ପ୍ରେସ ବିବୃତ୍ତି ହୋଇଛି । ସଂଘର ସୁଚନାଅନୁଯାଇ ରାଜ୍ୟରେ ୪ କୋଟି ଜନତାଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । ସେହି ଅନୁସାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରୁଛନ୍ତି । କିନ୍ତୁ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରିତା କରିବା ଉପରେ ନଜରକୁ ଆଣୁନଥିବା ଜଣାପଡିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।ଏହିସବୁ ପ୍ରକଳ୍ପର ପରିଚାଳନା ପାଇଁ ବିଭାଗ ଗୁଡ଼ିକରେ ଯେତିକି କର୍ମଚାରୀ ନିୟୁକ୍ତି ରହିବା କଥା ସେହି ହିସାବରେ କର୍ମଚାରୀଙ୍କ ଅଭାବ ରହିଛି ।ତେବେ ତାହା ପୂରଣ ହୋଇପାରୁନାହିଁ , ଫଳରେ କର୍ମଚାରୀଙ୍କ ଉପରେ ଯଥେଷ୍ଟ କାର୍ଯ୍ଯଭାର ଲଦି ଦେବା ପରେ କର୍ମଚାରୀଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଜଳଯୋଗାଣ ବିଭାଗରେ ମାତ୍ର ୧୪୮୩ ଜଣ ଅସ୍ଥାୟୀ କର୍ମଚାରୀ ଏବଂ ଗ୍ରାମାଞ୍ଚଳ ଜଳ ଯୋଗାଣରେ ମାତ୍ର ୫୯୫ ଜଣ ଅସ୍ଥାୟୀ କର୍ମଚାରୀ ରହିଛନ୍ତି । ଦୀର୍ଘ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ କର୍ମଚାରୀ ମାନେ କାର୍ଯ୍ୟ କରିଆସୁଥିଲେ ସୁଦ୍ଧା ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ନାହିଁ । ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ଅତଏବ ଏହାର ପ୍ରତିବାଦରେ ଆସନ୍ତା ମଇ ୨୦ ତାରିଖ ଦିନ ରାଜ୍ୟର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଜଳଯୋଗାଣ କର୍ମଚାରୀ ସମୁହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଆଜି ପ୍ରେସ ବିବୃତ୍ତି ମାଧ୍ୟମରେ ଓଡିଶା ପାଇପ ଜଳ କର୍ମଚାରୀ ସଂଘ ତରଫରୁ ସଭାପତି କ୍ଷୀରୋଦ ବେଉରାଙ୍କ ସୁଚନା ରହିଛି ।
6