ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୋଚି ଆ ବେପାରୀ ଘର କୁ ଯାଇ ଚେତାବନୀ ଦେଲା ମହିଳା ସଂଘ ।

ଏରସମା, 08/05/2026, ଉତ୍କଳ voice news - utkalvoicenews.com(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ)
Article Image
ପଞ୍ଚ ପଲ୍ଲୀ ୮ l୫ ଏରସମା ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ରେ ଚୋରା ମଦ ବେପାର ବନ୍ଦ ପାଇଁ ଦୀର୍ଘ ଏକ ମାସ ଧରି ଜାଗୃତି ମହିଳା ସଙ୍ଘ ନେତୃତ୍ଵ ରେ ମହିଳା ମାନେ ବିଭିନ୍ନ ଗ୍ରାମ ରେ ସଚେତନତା ଶୋଭାଯାତ୍ରା କରୁ ଛନ୍ତି l ମହି ଲା ସଂଘ ଙ୍କ ଦାବୀ ଅନୁସାରେ ପଦ୍ମ ପୁର ପଞ୍ଚାୟତ ରୁ ୪ଜଣ ଙ୍କୁ ଧରି ଏରସମା ପୋଲିସ ଗିରଫ କରିଛି l ତଥାପି ଅନେକ ଚୋରା ମଦ ବେପାରି ରହି ବେପାର କରୁଛନ୍ତି ସମ୍ପୂର୍ଣ ବନ୍ଦ ନହେବାରୁ ଆଜି ମହିଳା ମାନେ ସାହାଡ଼ା ବେଦୀ ଗ୍ରାମ ର ସିଧେଶ୍ୱରୀ ଭଟ୍ଟ, ଶିଆଳି ଗ୍ରାମ ର ସୁନିଲ ମଣ୍ଡଳ ଙ୍କ ଘରକୁ ଯାଇ ମା ମାନେ ହାତଯୋଡି ମଦ ବେପାର ନ କରିବାକୁ ଅନୁରୋଧ କରିଛନ୍ତି l ଜାଗୃତି ମହିଳା ସଙ୍ଘ ର ପାର୍ବତୀ ଜେନା, ଙ୍କ ନେତୃତ୍ଵ ରେ ଆୟୋଜିତ ମଦ ବିରୋଧୀ ଗେରାଉ ରେ ପଦ୍ମପୁର ର ପୂର୍ବତନ ସରପଂଚ କେଶବ ପାତ୍ର, ସମାଜ ସେବା ଅରୁଣ କୁମାର ବେହେରା ସମର୍ଥନ ଜଣାଇ ଛନ୍ତି
Article Image
Article Image
10