ପାରାଦୀପ ଗଡ , 09/05/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
ତା: ୦୮.୦୫.୨୦୨୬ ରିଖ: ପାରାଦୀପ ଉପକଣ୍ଠ, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କତକୁଲା ଗ୍ରାମ ର ଶତାଧିକ ମହିଳା ମାନେ ଏକତ୍ରିତ ହୋଇ ମା ରାମଚଣ୍ଡୀ ମହିଳା କଲ୍ୟାଣ ସମିତି ନାମକ ଏକ ସେଚ୍ଛାସେବୀ ଅନୁଷ୍ଠାନ ଗଠନ କରିଛନ୍ତି l

ଗ୍ରାମ ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ନିଶା ନିବାରଣ, ପାରିବାରିକ ହିଂସା, ପରସ୍ପର କୁ ସାହାଯ୍ୟ ସହଯୋଗ କରିବା, କତକୁଲା ମୌଜା ର ଜମି ସେଟେଲମେଣ୍ଟ,, ଭୂମି ହୀନ ଙ୍କୁ ଭୂମିହୀନ ପଟ୍ଟା ପ୍ରଦାନ ଦାବୀ ଆଦି ପାଇଁ ଏହି ସମିତି କାର୍ଯ୍ୟ କରିବ ବୋଲି ସାଧାରଣ ସଭାରେ ବକ୍ତା ମାନେ ମତାମତ ଦେଇଥିଲେ l ଉକ୍ତ ସଭାରେ ମୂଖ୍ୟ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ତଥା କୁଜଙ୍ଗ ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ଯୋଗଦେଇ ମହିଳା ମାନଙ୍କ ଦାୟିତ୍ଵ, କର୍ତ୍ତବ୍ୟ ଓ ବିକଶିତ ଓଡ଼ିଶା ଗଠନ ରେ ଭାଗିଦାରୀ ହେବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅନନ୍ତ ବିଶ୍ବାଳ, ଅଲେଖ ମହାରଥା ଯୋଗଦେଇଥିଲେ l ଆଗାମୀ ୨୦୨୬-୨୭ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରଯାଇଥିଲା l ସଭାନେତ୍ରୀ ଭାବେ ଶ୍ରୀମତୀ ଗୋଲାପ ରାଣୀ ବେହେରା ( ଗୋଲି), ଉପ ସଭାପତି ଶର୍ମିଷ୍ଠା ସ୍ଵାଇଁ, ସମ୍ପାଦିକା ଲକ୍ଷ୍ମୀପ୍ରିୟା ସ୍ଵାଇଁ, ସହ ସମ୍ପାଦିକା ସୁଜାତା ସାହୁ, କୋଷାଧ୍ୟକ୍ଷ ଗୀତାଞ୍ଜଳି ବିଶ୍ବାଳ, ଉପ କୋଷାଧ୍ୟକ୍ଷ ଭାବେ ସଂଯୁକ୍ତା ବିଶ୍ବାଳ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ କମିଟି କୁ ଶ୍ରୀମତୀ ମାନସୀ ବିଶ୍ବାଳ, ଭାନୁପ୍ରୀୟା ସ୍ଵାଇଁ, ଚିନ୍ମୟୀ ସେଠୀ, ଲତିକା ବେହେରା, ହେମଲତା ଖଟୁଆ, କବିତା ମିଶ୍ର, ସବିତା ପ୍ରଧାନ, ସାଗରିକା ସ୍ଵାଇଁ, ରୁବିନା ଲେଙ୍କା, ପ୍ରେମଲତା ସ୍ଵାଇଁ, ରୁବୀନା ଜେନା କଲ୍ୟାଣୀ ନାୟକ, ସୋନାଲି ମହାନ୍ତି, ଝିନିଲତା ନାୟକ ପ୍ରମୁଖ ନିର୍ବାଚିତ ହୋଇଥିଲେ l


