ଏରସମା, 09/05/2026, ଉତ୍କଳ voice news - utkalvoicenews.com୮/୦୫
(ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ )
ଏରସମା ଥାନା ଅଧିକାରୀ ପାର୍ଥ ପ୍ରୀତମ ବେଉରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସଡିପିଓ ଅଜୟ କୁମାର ଦାସ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କିଶୋରୀ ବାଳିକା ମାନଙ୍କୁ ସାଇବର ସଚେତନତା, ସୋସିଆଲ ମିଡିଆର ସଠିକ୍ ବ୍ୟବହାର ଓ ସାମାଜିକ ସୁରକ୍ଷା ନେଇ ସଚେତନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ କ୍ରିଷ୍ଣା ରାଉତ୍, ଅଙ୍ଗନୱାଡି କର୍ମୀଙ୍କ ସହ ପାଖାପାଖି ୧୦୦ ଜଣ କିଶୋରୀ ବାଳିକା ସାମିଲ ହୋଇଥିଲେ ।ଶେଷରେ କିଶୋରୀ ବାଳିକାଙ୍କ ସଚେତନତା ଉପରେ ଏକ ଲିଖିତ ପରୀକ୍ଷା କରାଯାଇଥିବା ବେଳେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ବାଳିକାଙ୍କୁ ପୁରସ୍କୃତ କରାଯାଇଥିଲା ।
ଏହା ସହ କିଶୋରୀ ବାଳିକାମାନେ ଥାନା ଭିତରେ ବୁଲି ଦେଖି ପୋଲିସର କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅବଗତ ହୋଇଥିଲେ ।