ଜଗତସିଂହପୁର, 09/05/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରୀତା ସାହୁ ଙ୍କ ରିପୋର୍ଟ ) :
ଯୋଗଦେଲେ ପଞ୍ଚାୟତିରାଜ ଓ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ, ଭିତିରି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗ ଦେଇ ପ୍ରକଳ୍ପ ଗୁଡିକ ଶୁଭ ଉଦ୍ଘାଟନ ଓ ଭିତିରି ପ୍ରସ୍ତର ସ୍ଥାପନ କରିଥିଲେ । ଜଗତସିଂହପୁର ଜିଲ୍ଲାର ୧୪୫ଟି ଗ୍ରାମ ପାଇଁ ନିର୍ମିତ ବୃହତ ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦ୍ଘାଟନ,୧୨ଟି ଗ୍ରାମ୍ୟ ରାସ୍ତା ଓ ୧ଟି ସେତୁର ଶୁଭ ଉଦ୍ଘାଟନ,୬୮ଟି ଗ୍ରାମ୍ୟ ରାସ୍ତା ଓ ୭ ଟି ସେତୁର ଶୁଭ ଭିତିପ୍ରସ୍ତର ସ୍ଥାପନ,୧୮ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ,୧୮୦ ଟି ସୌର ଚାଳିତ ପ୍ରକଳ୍ପର ଶୁଭ ଉଦ୍ଘାଟନ,୩ ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଭିତି ପ୍ରସ୍ତର ସ୍ଥାପନ ସହିତ ମୋଟ ୯୯ ଟି ପ୍ରକଳ୍ପ ପାଇଁ ୬୯୦ କୋଟି ଟଙ୍କାର କାର୍ଯ୍ୟର ଶୁଭ ଉଦ୍ଘାଟନ ଓ ଭିତ୍ତିରି ପ୍ରସ୍ତର ସ୍ଥାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ,ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ବାଲିକୁଦା-ଏରସମା ବିଧାୟକ ସାରଦା ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ଜିଲ୍ଲାପାଳ ଜେ ସୋନାଲ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ସମସ୍ତ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହର ଘର ଜଲ ଯୋଜନାର ଲକ୍ଷ ସାଧନ ହେବ ବୋଲି ମନ୍ତ୍ରୀ କହିଥିଲେ ।

